Take a fresh look at your lifestyle.

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ବୀର ବୈଷ୍ଣବ ବାସଭବନରେ

0 12

Get real time updates directly on you device, subscribe now.

ଢେଙ୍କାନାଳ: “ମୋ ମାଟି-ମୋ ଦେଶ’ କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଆଜି ସଂଧ୍ୟାରେ ଢେଙ୍କାନାଳସ୍ଥିତ ସ୍ୱାଧୀନତା ସଂଗ୍ରାମୀ ବୀର ବୈଷ୍ଣବ ପଟ୍ଟନାୟକଙ୍କ ବାସଭବନରେ ପହଁଚି ତାଙ୍କ ଘରୁ ପବିତ୍ର ମାଟି ଅମୃତ କଳସରେ ସଂଗ୍ରହ କରିଥିଲେ ।

ଏହି କଳସକୁ ତାଙ୍କ ଗୃହ ନିକଟରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ଧରି ବାଜିଚୌକ ଛକକୁ ଆସିଥିଲେ । ସେଠାରେ ବିଶ୍ୱର ସର୍ବ କନିଷ୍ଠ ସହୀଦ ବାଜିରାଉତଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ସେଠାରେ ଆୟୋଜିତ ଏକ ସଭାରେ ବୀର ବୈଷ୍ଣବ ପଟ୍ଟନାୟକ ଓ ସହୀଦ ବାଜି ରାଉତଙ୍କୁ ନମନ କରିବା ସହ ବୀର ବୈଷ୍ଣବ ପଟ୍ଟନାୟକଙ୍କର ଦୁଇପୁତ୍ର ମନୋରଞ୍ଜନ ପଟ୍ଟନାୟକ ଓ ଚିତରଞ୍ଜନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଉପସ୍ଥିତ ଜନସାଧାରଣଙ୍କୁ “ମୋ ମାଟି-ମୋ ଦେଶ’ କାର୍ଯ୍ୟକ୍ରମ ଉପରେ ଉଦ୍ବୋଧନ ଦେବା ସହ “ପଂଚପ୍ରଣ’ର ଶପଥ ପାଠ କରାଇଥିଲେ । ସେଠାରେ ମା’ ବ୍ରାହ୍ମଣୀ ଦେବୀଙ୍କୁ ଦର୍ଶନ କରିବା ସହ ଜିଲ୍ଲାର ଚାରୋଟି ବିଧାନସଭା କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ଆଠଟି ଅମୃତ କଳସ ରଥକୁ ତ୍ରିରଙ୍ଗା ପତାକା ଦେଖାଇ ଯାତ୍ରାରମ୍ଭ କରାଇଥିଲେ ।

ଉପରୋକ୍ତ କାର୍ଯ୍ୟକ୍ରମରେ ସମାଜସେବୀ ନରେଶ ଚନ୍ଦ୍ର ମହାପାତ୍ର, ଦିଲେଶ୍ୱର ପ୍ରଧାନ, ରୁଦ୍ର ନାରାୟଣ ପାଣି, ସୀମାଂଚଳ ଖଟେଇ, ପ୍ରେମାନନ୍ଦ ଜେନା, ଧୀରେନ୍ ସେନାପତି, କୃଷ୍ଣଚନ୍ଦ୍ର ପାତ୍ର, ଅଞ୍ଜଳି ବେହେରା, ବିଭୁତି ପ୍ରଧାନ, କାଳନ୍ଦୀ ସାମଲ, ଅଶୋକ ମହାନ୍ତି, ଶତୃଘନ ଜେନା, ଦିଲ୍ଲୀପ ପ୍ରଧାନ, ନିରୋଜ ନଳିନୀ ମହାଳିକ, ପ୍ରତିମା ମିଶ୍ର, ଅମୃତ ରଞ୍ଜନ ସ୍ୱାଇଁ, ଭକ୍ତବତ୍ସଳ ବସ୍ତିଆ, ରାମଚନ୍ଦ୍ର ପାତ୍ର, ସୁନିଲ୍ ଶର୍ମା, ପର୍ଶୁରାମ ବାରିକ, ନବ କିଶୋର ଗୁରୁ, ବିଷ୍ଣୁ ପ୍ରସାଦ ଲେଙ୍କା, ମାତୃପ୍ରସାଦ ନନ୍ଦ, ରତିକାନ୍ତ ସାହୁ, ରାସବିହାରୀ ବେହେରା, ସତ୍ୟ ରଞ୍ଜନ ଭୂୟାଁ, ଅଞ୍ଜନ ପାଣି, ସନାତନ ବେହେରା, ସସ୍ମିତା ସାମଲ, ଉଲି ନାୟକ, ଇତିଶ୍ରୀ ସାହୁ, ଲିଙ୍ଗରାଜ ବେହେରା, ବିଜୟ ମାଝୀ, ରତ୍ନାକର ସାହୁ, ଯଜାତି ପଟ୍ଟନାୟକଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.