Take a fresh look at your lifestyle.

ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଉକ୍ରଳ ସମାଜ ପକ୍ଷରୁ ଚେତାବନୀ

0 6

Get real time updates directly on you device, subscribe now.

ଢେଙ୍କାନାଳ : ରାଜ୍ୟ ସରକାର ବସୁଧା ଯୋଜନା ଦ୍ୱାରା ପ୍ରତି ଘରକୁ ପାଇପ୍ ଜଳର ଯୋଗାଣର ସଫଳତା ସମ୍ପର୍କରେ ଡିଣ୍ଡିମ ପିଟୁଥିଲା ବେଳେ ଢେଙ୍କାନାଳ ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୫ କି.ମି. ଦୂରରେ ଅବସ୍ଥିତ ସଦର ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ପଂଚାୟତର ମରାଙ୍ଗପାଳ ଗ୍ରାମର ଜନସାଧାରଣ ୫୦ବର୍ଷ ତଳର ଏକ ପୁରୁଣା କୂଅର ଦୂଷିତ ଜଳକୁ ପାନୀୟ ରୂପେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ।

ଏଠାରେ ସୂଚନାଯୋଗ୍ୟ ମରାଙ୍ଗପାଳ ଏକ ଆଦିବାସୀ ଅଧୁ୍ୟଷିତ ଗ୍ରାମ ଅଟେ । ୪୦ ରୁ ଅଧିକ ଜୁଆଙ୍ଗ ପରିବାର ଏଠାରେ ବସବାସ କରନ୍ତି । ୧୦ ବର୍ଷ ତଳର ଏକମାତ୍ର ସରକାରୀ ନଳକୂପ ଦୀର୍ଘ ୬ ମାସ ଧରି ଅଚଳ ହୋଇପଡିଛି । ବିଭାଗୀୟ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ବାରମ୍ବାର କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନି । ଗ୍ରାମର ଜନସାଧାରଣ ପୁରୁଣା କୂଅର ଦୂଷିତ ଜଳ ପାନୀୟ ରୂପେ ବ୍ୟବହାର କରିବା ପାଇଁ ବାଧ୍ୟ ହେଉଛନ୍ତି, ଫଳରେ ଅଧିକାଂଶ ସମୟରେ ଅମାଶୟ, ହଇଜା, ଟାଇଫଏଡ ପ୍ରଭୃତି ଜଳବାହିତ ରୋଗରେ ଆକ୍ରାନ୍ତ ହେଉଛନ୍ତି ।

ଏହି ପରିପ୍ରେକ୍ଷୀରେ ଉକ୍ରଳ ସମାଜ ଢେଙ୍କାନାଳ ଶାଖା ପକ୍ଷରୁ ଏକ ଶୋଭାଯାତ୍ରା ବସ୍ଷ୍ଟାମ୍ଡ ନିକଟରୁ ବାହାରି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଂଚିଥିଲା । ସେଠାରେ ଦଳର ଜିଲ୍ଲା ସମ୍ପାଦକ ସୌମ୍ୟରଞ୍ଜନ ପ୍ରଧାନଙ୍କ ପୌରହିତ୍ୟରେ ଏକ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା । ଉକ୍ରଳ ସମାଜର ସାଧାରଣ ସଂପାଦକ ଡ. ଭାସ୍କର ଚନ୍ଦ୍ର ଜେନା, ଜିଲ୍ଲା କମିଟି ସଭ୍ୟ ଉମାକାନ୍ତ ପରିଡା, ଶ୍ରୀକାନ୍ତ ନାୟକ, ପ୍ରଳୟ କୁମାର ମଲ୍ଲିକ ପ୍ରମୁଖ ଉଦ୍ବୋଧନ ଦେଇଥିଲେ ।

ଉକ୍ରଟ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ମରାଙ୍ଗପାଳ ଗ୍ରାମରେ ଏକ ନୂତନ ନଳକୂପ ବସାଇବା ପାଇଁ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଶୋଭାଯାତ୍ରାରେ ୨୦ଜଣ ମହିଳାଙ୍କ ସମେତ ଶତାଧିକ ଲୋକ ଅଂଶଗ୍ରହଣ କରିଥିଲେ । ଯଦି ୧୫ ଦିନ ମଧ୍ୟରେ ପାନୀୟ ଜଳ ସମସ୍ୟା ଦୂର ନ ହୁଏ, ଆଗାମୀ ଦିନରେ ଏହି ଆନେ୍ଦାଳନ ତୀବ୍ର ହେବ ବୋଲି ଉକ୍ରଳ ସମାଜ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଗଗନ ପ୍ରଧାନ, ବୁଲା ପ୍ରଧାନ, ଆରତୀ ପ୍ରଧାନ, ସୁଭଦ୍ରା ପ୍ରଧାନ, ସବିତା ପ୍ରଧାନ, ପାରଦ ପ୍ରଧାନ, ପାଲୁନି, ଗିନି, ମିନାକ୍ଷୀ, ରିଙ୍କି, ସସ୍ମିତା, ସୁରେଖା, ଜେମା ପ୍ରଧାନ ପ୍ରମୁଖ ଗ୍ରାମର ଜନସାଧାରଣ ଶୋଭାଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.