Take a fresh look at your lifestyle.

ନୂଆଦିଲ୍ଲୀରେ ‘ଜଳବାୟୁ ପରିବର୍ତ୍ତନ ପାଇଁ କଳା ପ୍ରଦର୍ଶନୀ’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

0 9

Get real time updates directly on you device, subscribe now.

ନୂଆଦିଲ୍ଲୀ/ଭୁବନେଶ୍ୱର : ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଅର୍ଗାନାଇଜେସନ୍ ଫର୍ ଡେଭଲପମେଣ୍ଟ୍ ଆଣ୍ଡ୍ ଇଣ୍ଟିଗ୍ରେସନ୍ ଅଫ୍ ଆର୍ଟ ଓ ଆର୍ଟିଷ୍ଟ (O.D.I.A.A.) ପକ୍ଷରୁ ଆୟୋଜିତ ପଞ୍ଚ ଦିବସୀୟ ଏକ ‘ଜଳବାୟୁ ପରିବର୍ତ୍ତନ ପାଇଁ ଏକ କଳା ପ୍ରଦର୍ଶନୀ’କୁ ଉଦଘାଟନ କରିବା ସହ ବୁଲି ଦେଖିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଓଡ଼ିଶା ଏବଂ ଭାରତବର୍ଷର କଳା, ସଂସ୍କୃତି ଓ ହସ୍ତକଳାର ପ୍ରଚାର ପ୍ରସାର କରିବା ପାଇଁ ଆୟୋଜକଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଶ୍ରୀ ପ୍ରଧାନ କହିଛନ୍ତି ଯେ ନୂଆଦିଲ୍ଲୀରେ ଜି-୨୦ ସମ୍ମିଳନୀକୁ ଧ୍ୟାନରେ ରଖି ଏକ ଅନ୍ତରାଷ୍ଟ୍ରୀୟ ସ୍ତରର ପ୍ରଦର୍ଶନୀ ଆୟୋଜନ କରାଯାଇଛି । ଓଡ଼ିଶା ସମେତ ସର୍ବଭାରତୀୟ ସ୍ତରର କାରିଗରମାନେ ଏକାଠି ହୋଇ ଜଳବାୟୁ ପରିବର୍ତ୍ତନ ପାଇଁ ନିଜ କଳାକୁ ପ୍ରଦର୍ଶନୀ କରିବା ପ୍ରଶଂସନୀୟ । ଏକ କଳାକୁ ଦେଖିଲେ କେବଳ ଚିତ୍ର ଦେଖାଯାଇନାହିଁ ବରଂ କଳା ଭିତରେ ଥିବା ବିଚାରଧାରାକୁ ବୁଝିବାର ସୁଯୋଗ ମିଳିଥାଏ ।

ଦେଶର ଯୁବ ତଥା ଖ୍ୟାତନାମା କାରିଗରମାନେ ସର୍ବଭାରତୀୟ ମଞ୍ଚରେ ନିଜ ନିଜର କଳାନୈପୁଣ୍ୟ ପ୍ରଦର୍ଶନ କରିବାର ଏକ ସୁଯୋଗ ସୃଷ୍ଟି ହୋଇପାରିଛି । ଏହି ପ୍ରଦର୍ଶନୀ ପ୍ରେରଣାଦାୟୀ । ଏହି ପ୍ରଦର୍ଶନୀ ଉତ୍ସବରେ ସାମିଲ ଓଡ଼ିଆ ଏବଂ ଭାରତବର୍ଷର କାରିଗରଙ୍କୁ ଶ୍ରୀ ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି ।ବିଭିନ୍ନ ଆବର୍ଜନାକୁ ରିସାଇକ୍ଲିଂ କରି କିପରି ସେସବୁକୁ କଳାକୃତିରେ ରୂପାନ୍ତରିତ କରାଯାଇପାରିବ, ସେ ସମ୍ପର୍କିତ ସଚେତନତା ସୃଷ୍ଟି ହେଉଛି ଏ ପ୍ରଦର୍ଶନୀର ଅନ୍ୟତମ ମୂଳ ଉଦ୍ଦେଶ୍ୟ ।

ନିରନ୍ତର ବିକାଶ ଅର୍ଥାତ ସ୍ଥାୟୀ ବିକାଶ ନିମନ୍ତେ ଆବର୍ଜନା ପରିଚାଳନାର ଆବଶ୍ୟକତା ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ଏବଂ ସଚେତନତା ସୃଷ୍ଟି କରିବାର ବାର୍ତ୍ତା ନେଇ ଏ ପ୍ରଦର୍ଶନୀଟି ଆୟୋଜିତ ହେଉଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.