Take a fresh look at your lifestyle.

ରେଙ୍ଗାଳୀ କଲୋନୀ ବାସିନ୍ଦାଙ୍କ ଥଇଥାନ ଦାବି

0 6

Get real time updates directly on you device, subscribe now.

 ଢେଙ୍କାନାଳ : କାମାକ୍ଷାନଗର ଏନ୍.ଏ.ସି. ଅନ୍ତର୍ଗତ ରେଙ୍ଗାଳୀ କଲୋନୀର ଦୀର୍ଘ ଦିନ ବସବାସ କରିଆସୁଥିବା ଅନ୍ତେବାସୀଗଣଙ୍କୁ ଅପରିଚିତ ବ୍ୟକ୍ତିମାନେ ସ୍ଥାନାନ୍ତର ହେବାପାଇଁ ତାଗିଦ୍ କରୁଅଛନ୍ତି । ଦୀର୍ଘଦିନ ଧରି ଉକ୍ତ ସ୍ଥାନରେ ସ୍ଥାୟୀ ଭାବରେ ରହିଆସୁଥିଲେ ମଧ୍ୟ ଦୁର୍ଦ୍ଦିନରେ ମୁଣ୍ଡ ଗୁଞ୍ଜିବା ପାଇଁ କେଉଁ ସ୍ଥାନକୁ ଯିବେ ବୋଲି ଭାଳେଣୀ ପଡିଛି ।

ଉକ୍ତ ସ୍ଥାନରେ ୪୦ ଟି ପରିବାର ର ୨୦୦ ଲୋକ ବସବାସ କରନ୍ତି । ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ଅନ୍ୟ ଜାଗାରେ ଘର ଭଡା ନେଇ ପିଲାଛୁଆଙ୍କୁ ନେଇ ରହିବା ସମ୍ଭବପର ନୁହେଁ । ପ୍ରଶାସନ ଥଇଥାନ କରିବା ପରିବର୍ତେ ବାସହୀନ କରିବା ପାଇଁ ଆଦେଶ ଦେଉଛନ୍ତି ଏବଂ ୧୫ ଦିନ ଭିତରେ ଦୁଇଟି ଘର ଭାଙ୍ଗିବା ପାଇଁ ଯୋର ଜବରଦସ୍ତ ଜେ.ସି.ବି. ଲଗାଇ ଭାଙ୍ଗିବା ପାଇଁ ଧମକ ଦେଉଛନ୍ତି ।

ଏଣୁ ଉକ୍ତ କଲୋନୀ ବାସୀନ୍ଦା ଏହି ସମସ୍ୟାକୁ ହୃଦୟଙ୍ଗମ କରି ସ୍ଥାୟୀ ବାସିନ୍ଦା ଭାବରେ ରହିବା ପାଇଁ ସୁଯୋଗ ଦେବା ନିମନ୍ତେ ଜଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ଗୁହାରୀ ଜଣାଇଛନ୍ତି । ଏହି ପତ୍ର ପ୍ରଦାନ ବେଳେ ପ୍ରହଲ୍ଲାଦ ବଳ, ଶାନ୍ତିଲତା ବଳ, ବିଷ୍ଣୁ ପ୍ରସାଦ ସେଠୀ, ନିରୁପମା ସେଠୀ, ମମତା ଖଟୁଆ, ରମାକାନ୍ତ ଖଟୁଆ, ବ୍ରହ୍ମାନନ୍ଦ ନାଏକ, ସଂଯୁକ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.