Take a fresh look at your lifestyle.

ଉଫୁନା ପକ୍ଷରୁ ଯୁବ ଦିବସ ପାଳିତ

0 18

Get real time updates directly on you device, subscribe now.

ଢେଙ୍କାନାଳ: ଉଫୁନା ପକ୍ଷରୁ ବିଶ୍ୱ ଯୁବ ଦିବସ ନୂଆ ଢଙ୍ଗରେ ପାଳିତ ହୋଇଯାଇଛି । ଏଥିରେ ଉଫୁନାର ସର୍ବଭାରତୀୟ ସଭାପତି ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ସଭାପତିତ୍ୱ କରିଥିଲେ ।

ବରିଷ୍ଠ ନାଗରିକମାନେ ଅଭ୍ୟାସ ବଦଳରେ ଯୁବ ସୁଲଭତା ଅନୁଭବ କରିଥାନ୍ତି । ସାଧାରଣତଃ ଆମ ଦେଶରେ ସଂଖ୍ୟାଧିକ ଜନସଂଖ୍ୟା ହେଉଛନ୍ତି ଯୁବ ଶକ୍ତି । ବତିଶ ବଷ ବୟସରେ ଗ୍ରୀକ ଆକେଜାଣ୍ଡାର ବିଶ୍ୱ ବିଜୟୀ ହୋଇଥିଲେ ।

ସ୍ୱାମୀ ବିବେକାନନ୍ଦ ଭାରତ ବର୍ଷରେ ମାତ୍ର ବତିଶ ବର୍ଷରେ ଆମେରିକାର ଚିକାଗୋରେ ଐତିହାସିକ ଭାଷଣ ଦେଇଥିଲେ ବୋଲି ମୁଖ୍ୟ ଅତିଥି କବି ବାହାଦୂର ପାଟସାହାଣୀ ପ୍ରକାଶ କରିଥିଲେ । ପ୍ରାକୃତିକ ଚିକିତ୍ସକ ପୀତବାସ ସାହୁ କହିଲେ ଯେ, ଜନଏଫ୍ କେନେଡି ମାତ୍ର ବୟାଳିଶ ବୟସରରେ ଆମେରିକାର ରାଷ୍ଟ୍ରପତି ହୋଇଥିଲେ ।

ଯୁବ ଶକ୍ତି ସେନା ଶକ୍ତିର ଅପେକ୍ଷା ଅଧିକ ଶକ୍ତିଶାଳୀ ବୋଲି ଜେନେରାଲ କାରିଆପା କହିଥିଲେ । ବୈଜ୍ଞାନିକମାନେ ଗବେଷଣା ଦ୍ୱାରା ଯୁବକ ଅବସ୍ଥାରେ ଅନେକ ବୈଜ୍ଞାନିକ ସଫଳତା ହାସଲ କରିଛନ୍ତି ବୋଲି ମୁଖ୍ୟ ବକ୍ତା ଡା. ପ୍ରମୋଦ କୁମାର ନାୟକ କହିଥିଲେ ।

ପୂର୍ବସୂରୀ ମାନଙ୍କର ସାହାସୀକତାରେ ଅନୁପ୍ରାଣିତ ହେବାପାଇଁ ବର୍ତମାନର ଯୁବପିଢୀ ଆଗେଇ ଆସିବାପାଇଁ ସମ୍ମାନୀତ ଅତିଥି ଇଂ ଡମ୍ବରୁଧର ପଣ୍ଡା ଆହ୍ୱାନ ଦେଇଥିଲେ । ଏଥିରେ ଯୁବନେତା ଶକ୍ତି ପ୍ରକାଶ ପଟ୍ଟନାୟକ, ସମାଜସେବୀ ରୁଦ୍ର ଶରଣ, ସମାଜବାଦୀ ନେତା ସରୋଜ ଶଥପଥୀ, ଇଂ ଅବିନାଶ ଦାସ, ପରିବେଶବିତ ଉପେନ୍ଦ୍ର ରାଉତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.