Take a fresh look at your lifestyle.

ନନ୍ଦିନୀ ଦେବୀ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ସମୁହ ଔଷଧ ସେବନ କାର୍ଯ୍ୟକ୍ରମ

0 85

Get real time updates directly on you device, subscribe now.

ଢେଙ୍କାନାଳ : ସହରର ୯ନଂ ୱାର୍ଡ ଅନ୍ତର୍ଗତ “”ନନ୍ଦିନୀ ଦେବୀ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ”ର ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଜି ପୂର୍ବାହ୍ନ ସାଢେ ୧୦ଟାରେ ଫାଇଲେରିଆ ନିରୋଧି ସମୁହ ଔଷଧ ବଂଟନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଉଚ୍ଚତା ଅନୁଯାୟୀ ୨ ରୁ ୪ଟି ଆଇଭର୍ମେକ୍ଟିନ୍ ବଟିକା ସହ କୃମିିନାଶକ ଆଲ୍ବେଣ୍ଡାଜୋଲ୍ ବଟିକା ଏବଂ ଡି.ଇ.ସି. ବଟିକା ଖାଇବାକୁ ଦିଆଯାଇଥିଲା ।

ପିଲାମାନେ ସେମାନଙ୍କର ସକାଳ ଜଳଖିଆ ଖାଇ ସାରିବା ପରେ ଏହି ଔଷଧ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ତପନ କୁମାର ସାହୁ ଓ ସହକାରୀ ଜିଲ୍ଲା ଭେକ୍ଟର ବାହିତ ରୋଗ ଅଧିକାରୀ ଡାକ୍ତର ହିମାଂଶୁ ଶେଖର ହେମ୍ବ୍ରମ୍, ଜିଲ୍ଲା ଏନ୍ଜିଓ ପରାମର୍ଶଦାତା ଅମୀୟ କୁମାର ପ୍ରଧାନ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦୁ୍ୟମ୍ନ ରଥ ଉପସ୍ଥିତ ରହି ସମୂହ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସଭାପତି ଶ୍ରୀ ରଥ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ପ୍ରଥମେ ନିଜେ ଔଷଧ ସେବନ କରିଥିଲେ ।

ପରିଚାଳନା କମିଟିର କୋଷାଧ୍ୟକ୍ଷ ଆଇନ୍ଜୀବୀ ମଳୟ ପାଣିଗ୍ରାହୀ, ସଭ୍ୟ କୃଷ୍ଣଚନ୍ଦ୍ର ଦ୍ୱିବେଦୀ, କର୍ମଚାରୀ ବଳରାମ ସାହୁ, ସିଦେ୍ଧଶ୍ୱର ପଣ୍ଡା, ଶିକ୍ଷକ ସରୋଜ କୁମାର ସାମଲ, କର୍ମଚାରୀ ଶରତ ଗୋଚ୍ଛାୟତ ଓ ଛାତ୍ରୀ ନିବାସ ତତ୍ୱାବଧାରିକା ଶୁଭଲକ୍ଷ୍ମୀ ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟର ୬୦ଜଣ ଛାତ୍ରଛାତ୍ରୀ ଏକକାଳୀନ ସମୁହ ଔଷଧ ସେବନ କରିଥିଲେ । ପୌରସଂସ୍ଥା ଦାୟିତ୍ୱରେ ଥିବା “ଇଡିଅଟ୍’ ସ୍ୱେଚ୍ଛାସେବୀ ସଂସ୍ଥା ପକ୍ଷରୁ ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ ଅନ୍ୟ ସ୍ୱେଚ୍ଛାସେବୀଙ୍କ ସହାୟତାରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.