Take a fresh look at your lifestyle.

ଔଷଧ ବ୍ୟବସାୟୀଙ୍କ ଅକାଳ ବିୟୋଗ

ଯୋରନ୍ଦା ତାରିଣୀ ବଜାର ବନ୍ଦ

0 21

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ତାରିଣୀ ବଜାରର ଜଣାଶୁଣା ଔଷଧ ବ୍ୟବସାୟୀ ଅମର ପ୍ରସାଦ ଶତପଥୀ ଓରଫ ବୁବୁଲି (୫୮) ଙ୍କ ଆଜି ପରଲୋକ ହୋଇଯାଇଛି ।

ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ସେ ଗତ ଏକ ମାସ ହେଲା ପୀଡିତ ଥିଲେ । ସେ ଜଣେ ଶାନ୍ତ ସରଳ ଓ ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ମ୍ରୃତ୍ୟରେ ଯୋରନ୍ଦା ଅଞ୍ଚଳରେ ଶୋକ ପ୍ରକାଶ ପାଇଛି । ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ ।

ତାଙ୍କ ଶୋକରେ ଯୋରନ୍ଦା ତାରିଣୀ ବଜାର ଆଜି ବନ୍ଦ ରହିଛି। ମହିମା ଧର୍ମଧାମ ବିକାଶ ପରିଷଦ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.