Take a fresh look at your lifestyle.

ଚାଉଳିଆ ଖମାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନ ସପ୍ତାହ ପାଳିତ

0 9

ଢେଙ୍କାନାଳ : ପ୍ରଖ୍ୟାତ ବୈଜ୍ଞାନିକ ପ୍ରଫୁଲ୍ଲ ଚନ୍ଦ୍ର ରାୟଙ୍କ ସ୍ମୃତି ଉଦ୍ଦେଶ୍ଯରେ ବିଜ୍ଞାନ ସପ୍ତାହ 26.07.23 ଠାରୁ 02.08.2023 ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଚାଉଳିଆ ଖମାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ଦିବସରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯ ବୈଜ୍ଞାନିକ ପ୍ରଫୁଲ୍ଲ ଚନ୍ଦ୍ର ରାୟଙ୍କ ଜୀବନୀ ଓ ତାଙ୍କର ସମାଜ ପ୍ରତି ବୈଜ୍ଞାନିକ ଅବଦାନ ଉପରେ ଆଲୋକପାତ କରିଥିଲେ ।

ସେହିପରି ଅନ୍ୟଦିନ ମାନଙ୍କରେ ଆଚାର୍ଯ୍ଯ ଓ ଶିଶୁମାନଙ୍କଦ୍ବାରା ବୈଜ୍ଞାନ ସମ୍ବନ୍ଧିତ ଉପକରଣପ୍ରସ୍ତୁତ ଓ ପ୍ରଦର୍ଶନ, ଔଷଧୀୟ ବୃକ୍ଷ ଚିହ୍ନଟ ଓ ତାର ବ୍ୟବହାର ଆଦି କାର୍ଯ୍ୟକ୍ରମ ଆୟୋଜନକରାଯାଇ ଥିଲା । କାର୍ଯ୍ୟକ୍ରମର ଉଦଯାପନୀ ଦିବସରେ ବିଦ୍ୟାଳୟର ସମ୍ପାଦକ ଶ୍ରୀ ପତିତପାବନ ରାଉତ ‘ସ୍ବାସ୍ଥ୍ୟକର ଖାଦ୍ଯ ଖାଅ ସୁସ୍ଥ ରୁହ’ ଶୀର୍ଷକ ଆଲୋଚନାଚକ୍ରରେ ବକ୍ତା ଭାବେ ଯୋଗଦେଇ ସୃଷ୍ଟିରେ ପ୍ରାଣୀର ନିର୍ଦ୍ଧାରିତ ଆହାର ବ୍ଯବସ୍ଥାର ବୈଜ୍ଞାନିକତା ଉପରେ ଆଲୋଚନା କରିବା ସହିତ ମନୁଷ୍ଯ ପ୍ରାକୃତିକ ଭାବେ ଶାକାହାରୀ ଓ ସର୍ବଦା ଶାକାହାର ଗ୍ରହଣ କରିବା ଦ୍ବାରା ମନୁଷ୍ଯ ଅଧିକ ସୁସ୍ଥ ରହିପାରିବ ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବିଜ୍ଞାନ ପ୍ରମୁଖ ଆଚାର୍ଯ୍ଯା ଶ୍ରୀମତୀ ବିଜୟା ବନ୍ଦିନୀ ବିନ୍ଧାଣୀ ପରିଚାଳନା କରିଥିଲେ ଓ ଆଚାର୍ଯ୍ଯ ଶ୍ରୀ ତ୍ରିଲୋଚନ ବ୍ରହ୍ମ, ଆଚାର୍ଯ୍ଯା ରୁନୁ କୁମାରୀ ନାୟକ, ଚିନ୍ମୟୀ ପ୍ରଧାନ, ବନିତା ଶତପଥୀ ଓ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

- Advertisement -

Leave A Reply

Your email address will not be published.