Take a fresh look at your lifestyle.

ହାର ମାନିଛି ଭିନ୍ନକ୍ଷମତା : ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଅଶ୍ରୁମୋଚନ

0 3

Get real time updates directly on you device, subscribe now.

ଢେଙ୍କାନାଳ ସଦର : ଭିନ୍ନକ୍ଷମତା ହାର ମାନିଛି ଅଶ୍ରୁମୋଚନ ଙ୍କ ନିକଟରେ I ଦୃଢ ମନୋବଳ ଓ ଇଛାଶକ୍ତି ବଳରେ ସଫଳତା ପାଇ ଡାକ୍ତରୀ ପାଠ ପଢିବାକୁ ସକ୍ଷମ ହୋଇଛନ୍ତି ଭିନ୍ନକ୍ଷମ ଛାତ୍ର ଅଶ୍ରୁମୋଚନ । ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ କରମୁଳ ପଞ୍ଚାଯତ ଆମ୍ବପଡା ଗ୍ରାମର ବିଜୟ କୁମାର ନାୟକ ଓ ମାତା ବିରଞ୍ଜିନି ନାୟକ ଙ୍କ ପୁଅ ଅଶ୍ରୁମୋଚନ ଜନ୍ମରୁ ଜଣେ ଭିନ୍ନକ୍ଷମ । ସେ ଏବେ ଢେଙ୍କାନାଳ ସହର କଂଟାନାଳି ବାଇପାସ୍ ଅଂଚଳରେ ରହୁଛନ୍ତି ।

କହିବାକୁ ଗଲେ ଅଶ୍ରୁମୋଚନ ଜନ୍ମବେଳେ ଭିନ୍ନକ୍ଷମ ହୋଇ ଜନ୍ମ ନେଇଥିଲେ । ସେଥିପାଇଁ ତାଙ୍କୁ ଛୋଟ ବେଳୁ ଜଗା ବୋଲି ଡାକନ୍ତି । ପରିବାର ଲୋକେ ତାଙ୍କର ବଂଚିବା ଆଶା ଛାଡି ଦେଇଥିଲେ । ଛୋଟରୁ ବାପା ମା ସେବା କରି ୫ବର୍ଷ ବୟସରେ ବାଙ୍ଗାଲୋର ସତ୍ୟସାଇ ହସପିଟାଲରେ ଚିକିତ୍ସା ପାଇଁ ଭର୍ତି କରିଥିଲେ । ୨୦୦୯ ରୁ ୨୦୧୩ ମସିହା ପର୍ଯ୍ୟନ୍ତ ସେଠାରେ ଚିକିତ୍ସା କରାଇଥିଲେ । ମା ବିରଞ୍ଜିନି ନାୟକ ଓ ବାପା ବିଜୟ କୁମାର ନାୟକ ବହୁ ଘାତ ପ୍ରତିଘାତ ସହି ପୁଅକୁ ଚିକିତ୍ସା କରାଇଥିଲେ । ବିଭିନ୍ନ ପ୍ରକାର ଚିକିତ୍ସା କରିବା ପରେ ଅଶ୍ରୁମୋଚନର ସ୍ୱାସ୍ଥ୍ୟରେ ଉନ୍ନତି ଆସିଥିଲା ।

ସତ୍ୟସାଇ ଚିକିତ୍ସାଳୟରେ ରହିବା ସମୟରେ ଅଶ୍ରୁମୋଚନ ଜଣେ ଡାକ୍ତର ହେବେ ବୋଲି ଲକ୍ଷ୍ୟ ରଖିଥିଲେ । ସେହି ଲକ୍ଷ୍ୟ ଓ ଇଛାଶକ୍ତି ଆଜି ତାଙ୍କୁ ଲକ୍ଷ୍ୟସ୍ଥଳରେ ପହଁଚାଇ ଦେଇଛି । ଚିକିତ୍ସା ହୋଇ ଆସିବା ପରେ ଡାକ୍ତରମାନଙ୍କର ପରାମର୍ଶ ଅନୁଯାୟୀ ପିତାମାତା ତାଙ୍କୁ ସୁକିନ୍ଦାସ୍ଥିତ ଷ୍ଟିୱାର୍ଟ ସ୍କୁଲରେ ନାମ ଲେଖାଇଥିଲେ । ସେଠାରେ ସେ ୧୦ମ ପରୀକ୍ଷାରେ ୯୨ ପ୍ରତିଶତ ନମ୍ବର ରଖି ଉତିନ୍ନ ହେଲେ । ପରେ ଢେଙ୍କାନାଳ ଡିପିଏସ୍ ନାମ ଲେଖାଇ ସ୍କୁଲରୁ ୯୦ ପ୍ରତିଶତ ରଖି ଦ୍ୱାଦଶ ପାସ କଲେ ।

ଅଶ୍ରୁମୋଚନ ନିଜେ ଅନଲାଇନ ମାଧ୍ୟମରେ ପାଠପଢି କଠିନ ପରିଶ୍ରମ କରି ପ୍ରଥମ ଆଟେମ୍ପ୍ଟରେ ସର୍ବଭାରତୀୟ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଡାକ୍ତରୀ ପଢିବା ପାଇଁ ମନୋନିତ ହୋଇଥିଲେ । ସେ ଏବେ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜରେ ଡାକ୍ତରୀ ଛାତ୍ର ଭାବେ ନାମ ଲେଖାଇଛନ୍ତି । ଅଶ୍ରୁମୋଚନ ବାମ ହାତରେ ଲେଖୁଥିବା ବେଳେ ଭଲ ଚିତ୍ରା ଆଙ୍କନ୍ତି । ଏ ସମ୍ପର୍କରେ ଅଶୃମୋଚନ ନିଜ ପ୍ରତିକ୍ରିୟାରେ କୁହନ୍ତି, ମୁ ସତ୍ୟସାଇ ହସପିଟାଲରେ ରହିବା ସମୟରେ ଡାକ୍ତରମାନଙ୍କର ଚିକିତ୍ସା ଦେଖି ମୋର ଛୋଟବେଳୁ ଜଣେ ଡାକ୍ତର ହେବି ବୋଲି ଲକ୍ଷ୍ୟ ରହିଥିଲା ।

ଇଛାଶକ୍ତି ଓ ଦ୍ରୁଢ ମନୋବଳ ଯୋଗୁ ଆଜି ମୁ ସଫଳତା ହାସଲ କରିଛି । ମୁ ସର୍ବଭାରତୀୟ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ୩୭୦୦ଓଡିଶା ରାଙ୍କରେ ରହି ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜରେ ନାମ ଲେଖାଇଛି । ମୁ ଜଣେ କାର୍ଡିଓଲୋଜି ସ୍ପେଶିଆଲିଷ୍ଟ ହେବାକୁ ଇଛା ରଖିଛି । ମୋର ପ୍ରେରଣା ହେଉଛନ୍ତି ସାଇବାବା । ବାପା ମାଙ୍କର ସଂଘର୍ଷ ଓ ମୋର ବଡ ଭଉଣୀ ବିଷ୍ଣୁପ୍ରିୟା ନାୟକଙ୍କର ମୋ ପାଇଁ ଅବଦାନ ମୋ ପାଇ ସବୁଦିନ ମାନେ ରହିବ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.