Take a fresh look at your lifestyle.

କୃଷି ବିଭାଗ ର ଜିଲ୍ଲା ସ୍ତରୀୟ କମଟିର ବୈଠକ ଅନୁଷ୍ଠିତ ହୋଇଯାଇଛି

0 4

Get real time updates directly on you device, subscribe now.

ଢେଙ୍କାନାଳ : କଳାକୃତି ଗ୍ରାମ ସଦେଇବେରେଣୀ ଠାରେ ଜିଲ୍ଲାପାଳ ,ଢେଙ୍କାନାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ଙ୍କ ଅଧ୍ୟକ୍ଷତା ରେ କୃଷି ବିଭାଗ ର ଜିଲ୍ଲା ସ୍ତରୀୟ କମଟିର ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ ବୃହତ ଉଠା ଜଳସେଚନ ଅଞ୍ଚଳରେ ଫସଲ ବିବିଧକରଣ ଉପରେ ଆଲୋଚନା କରାଯାଇଥିଲା l ଏହି ଯୋଜନା ରେ ଢେଙ୍କାନାଳ ର ୨ ଗୋଟି ପ୍ରକଳ୍ପ – ଛlଟିଆ, ସଦେଇପୁର କୁ ଅନ୍ତର୍ଭୁକ୍ତ କରାଯାଇଛି l

ଯେଉଁଥିରେ ୨୨୦୦ ହେକ୍ଟର ଜମି ରେ ଧାନ ବଦଳରେ ଅଣଧାନ ଫସଲ – ମକା, ପୃଷ୍ଟି ଶସ୍ୟ , ରାଶି,ପନିପରିବା ଆଦି ଚାଷ କରାଯିବ l ଢିପ ଓ ମଧ୍ୟମ କିସମ ଜମି ରେ ଆଗ୍ରହୀ ଚାଷୀ ମାନେ ଅଣଧାନ ଫସଲ ଚାଷ କରି ସରକାର ଙ୍କ ତରଫ ରୁ ସହାୟତା ରାଶି ଯୋଗାଇଦିଆଯିବ l ୨ କ୍ଳଷ୍ଟର ନିମନ୍ତେ ୨ ଟି ଏନ୍. ଜିଓ ସଂସ୍ଥା ଚୟନ କରାଯିବା ପାଇଁ ବିଜ୍ଞାପନ ଦିଆଯାଇଛି ବୋଲି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସଭା କୁ ଜଣାଇଥିଲେ l

ଏତଦବ୍ୟତୀତ ବୈଠକ ରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ରେ ୧୮ ଗୋଟି ପ୍ରକଳ୍ପ କୁ ଅନୁମୋଦନ ଦିଆଯାଇଥିଲା l ଏକଭିମୁଖିତl ଆଭିମୁଖ୍ୟ ନେଇ ସମସ୍ତ ବିଭାଗ କୃଷକ ମାନଙ୍କ ର ବିକାଶ ନିମନ୍ତେ କାର୍ଯ୍ୟ କରିବା ନିମନ୍ତେ ଜିଲ୍ଲାପାଳ ମହୋଦୟ ପରାମର୍ଶ ଦେଇଥିଲେ l ବିଭିନ୍ନ ଯୋଜନା ରେ ମହିଳା ସ୍ଵଂୟସହାୟକ ଗୋଷ୍ଠୀ କୁ ଗୁରୁତ୍ତ୍ଵ ଦବା ଉପରେ ମଧ୍ୟ ଗୁରୁତ୍ଵ ଆରୋପ କରିଥିଲେ l ସମସ୍ତ ବିଭାଗ ରେ କାର୍ଯ୍ୟକାରୀ ହେଉଥିବା ଯୋଜନା ସଂବଧ୍ୟ ରେ ମୋ ବ୍ଲକ୍ ବୈଠକ ରେ ଆଲୋଚନା କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ l

ଉକ୍ତ ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ,ଢେଙ୍କାନାଳ ଶ୍ରୀଯୁକ୍ତ ଉଦୟ କୁମାର ମହାପାତ୍ର, ଅଗ୍ରଣୀ ବ୍ୟାଙ୍କ୍ ପରିଚାଳକ DDM ନlବାଡ୍ , ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ର, ମୁଖ୍ୟ ପ୍ରlଣିଧନ ଚିକିତ୍ସା ଅଧିକାରୀ, ନିର୍ବାହୀ ଯନ୍ତ୍ରୀ, ଉପ ନିର୍ଦ୍ଦେଶକ ଉଦ୍ୟାନ କୃଷି , ଜିଲ୍ଲା ମତ୍ସ୍ୟ ଅଧିକାରୀ , DPC, ମିଶନ ଶକ୍ତି,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ୟୁନିସେଫ୍ ପ୍ରତିନିଧି,ବୃହତ ଉଠା ଜଳସେଚନ ବିଭାଗର ପ୍ରତିନିଧି ଯୋଗଦାନ କରିଥିଲେ l ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ଢେଙ୍କାନାଳ ଶ୍ରୀଯୁକ୍ତ ଜ୍ୟୋତିଦିପ୍ତ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉକ୍ତ ବୈଠକ ରେ କୃଷି ବିଭାଗ ର ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦେଇଥିଲେ l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.