Take a fresh look at your lifestyle.

ବ୍ରାହ୍ମଣୀ-ବଡଜୋରା ବନ୍ୟା ରେ ଫସିଲେ ଦୁଇ ଯୁବକ

0 1

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ରାଧାଦେଇପୁର ପଞ୍ଚାୟତ ଅନ୍ତର୍ଗତ ନୁଆପଡା ଗ୍ରାମ ନିକଟରେ ଫସିଗଲେ ଦୁଇ ଯୁବକ। ସୁରକ୍ଷା କର୍ମୀ ଭାବେ କାର୍ଯ୍ୟରତ ଦୁଇ ଯୁବକ ଏକ ପମ୍ପ ହାଉସ ରେ ରାତି ଜଗିବାକୁ ଯାଇଥିଲେ , ମାତ୍ର ବନ୍ୟା ପଣି ଆସିଯିବାରୁ ସକାଳ ବେଳ କୁ ପଣି ଘେର ଭିତରେ ରହି ଯାଇଥିଲେ I

ବ୍ରାହ୍ମଣୀ ନଦୀ କୁଳ ରେ ଏକ ମେଗା ପାନୀୟ ଜଳ ପ୍ରୋଜେକ୍ଟ ପାଇଁ ସିକ୍ୟୁରିଟି ଗାର୍ଡ ଭାବରେ ନିଯୁକ୍ତି ଥିଲେ ନୁଆପଡା ଗାଁର ଅନନ୍ତ ଚରଣ ସାହୁ ଓ ବିଶ୍ୱଜିତ ହୋତା। ଗତକାଲି ରାତିରେ ଡ୍ୟୁଟିରେ ଥିବା ବେଳେ ହଠାତ ବ୍ରାହ୍ମଣୀରେ ପାଣି ମାଡିଆସିଥିଲା। ଫଳରେ ଉଭୟେ ସେଠାରେ ଫସି ରହିଥିଲେ। ଆଜି ସକାଳୁ ଗାଁ ଲୋକେ ଢେଙ୍କାନାଳ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ଉଭୟ ଯୁବକଙ୍କୁ ଉଦ୍ଧାର କରିଛନ୍ତି।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.