Take a fresh look at your lifestyle.

ମାତୃଭବନ ଉଚ୍ଚ ବିଦ୍ୟାଳୟର ସଫଳତା

0 1

Get real time updates directly on you device, subscribe now.

ଢେଙ୍କାନାଳ  : ସଦର ବ୍ଲକ୍ ର ବାରଦା ପଂଚାୟତ ଅନ୍ତର୍ଗତ ମାତୃଭବନ ଉଚ୍ଚ ବିଦ୍ୟାଳୟର ଛାତ୍ର ବିରୁପାକ୍ଷ ନନ୍ଦ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୨୪ତମ ସ୍ଥାନରେ କୃତିତ୍ୱ ହାସଲ କରି ବିଦ୍ୟାଳୟକୁ ଗୌରବ ଆଣିଦେଇଛନ୍ତି । ସେ ବଡଧଳପୁର ଗ୍ରାମର ସଦର ବ୍ଲକ୍ ଅନ୍ତର୍ଗତ ବାରଦାସ୍ଥିତ ମାତୃଭବନ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ବିଜୟ କୁମାର ନନ୍ଦ ଓ ପ୍ରତିମା ନନ୍ଦଙ୍କ ଏକମାତ୍ର ପୁତ୍ର ଅଟନ୍ତି ।

ମାତୃଭବନ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ୍ରେ ୫୨୯ ନଂ କୃତକାର୍ଯ୍ୟ ହୋଇଥିଲେ । ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ରୂପଶ୍ରୀ ରଥ ଓ ସହକାରୀ ଶିକ୍ଷକ ଚିତରଞ୍ଜନ ନନ୍ଦ, ଅଶୋକ କୁମାର ଦାସ, ଚନ୍ଦ୍ରମଣି ଦଳବେହେରା, ଅରୁଣ କୁମାର ଓଝା, ସୁଜାତା ଦାସ, କଳ୍ପନା ଆଚାର୍ଯ୍ୟ, ବିଜୟ କୁମାର ନନ୍ଦଙ୍କ ସହିତ କର୍ମଚାରୀ ତିଳୋତମା କରଣ, ଭାଗିରଥୀ ସାମଲ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ହମେନ୍ତ କୁମାର ବେହେରା, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟବୃନ୍ଦ ଏବଂ ମଧ୍ୟ ଇଂରାଜୀ ବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ମହାରଣା, ନିରଞ୍ଜନ ମହାପାତ୍ର ଏବଂ ସମସ୍ତ ସିକ୍ଷକ ଓ କର୍ମଚାରୀବୃନ୍ଦ, ପରିଚାଳନା କମିଟିର ସଦସ୍ୟ ସଚ୍ଚିଦାନନ୍ଦ ମହାରଣା, ମହେଶ୍ୱର ସାମଲ, ବିମଳ କୁମାର ପରିଡା, ଅଂଚଳର ଜନସାଧାରଣ, ବୁଦ୍ଧିଜୀବୀ ଏବଂ ଧଳପୁର ଗ୍ରାମର ଗ୍ରାମବାସୀ ବୃନ୍ଦ ପ୍ରମୁଖ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.