Take a fresh look at your lifestyle.

ଶ୍ରେଣୀ କକ୍ଷ କୁ ପାଛୋଟି ନେଲେ ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀ

0 1

Get real time updates directly on you device, subscribe now.

ଢେଙ୍କାନାଳ : ଇନ୍ଦିପୁରସ୍ଥିତ ସଚ୍ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପ୍ରଥମ ବାର୍ଷିକ ଛାତ୍ରୀ ଛାତ୍ର ମାନଙ୍କୁ ଦ୍ୱିତୀୟ ବର୍ଷ ର ଉଭୟ କଳା ଓ ବିଜ୍ଞାନ ବିଭାଗ ର ଛାତ୍ରୀ ଛାତ୍ର ମାନେ ଭବ୍ୟ ସ୍ୱାଗତ ଜଣାଇଛନ୍ତି । ବିଦ୍ୟାଳୟ ର ମୁଖ୍ୟ ଦ୍ଵାର ଠାରୁ ଆରମ୍ଭ କରି ସେ ମାନଂକ ପାଇଁ ଆୟୋଜିତ ହୋଇଥିବା ଆରୋହଣ ଶ୍ରେଣୀ କକ୍ଷ କୁ ସେମାନଙ୍କୁ ପାଛୋଟି ନେଇଥିଲେ।

ମହାବିଦ୍ୟାଳୟ ର ଅଧକ୍ଷ ପ୍ରଦୀପ କୁମାର ମିଶ୍ର ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ମାନଙ୍କର ଉଚ୍ଚ ଶିକ୍ଷା ପାଇଁ ଆରୋହଣ କ୍ଲାସ୍ ନେଇ ବିଦ୍ୟାଳୟ ର ପ୍ରତ୍ୟେକ ଟି ବିଷୟ ତଥା ସେହି ବିଷୟର ଅଧ୍ୟାପକ ଓ ଅଧ୍ୟାପିକା ତଥା ପରୀକ୍ଷା ପଦ୍ଧତି ସହ ପରିଚିତ କରାଇଥିଲେ। ଏହାଛଡା ମହାବିଦ୍ୟାଳୟ ଅନୁଶାସନ ମାନିବା , ଶୃଙ୍ଖଳା ରକ୍ଷା ସହ ସମସ୍ତ କର୍ମଚାରୀ ମାନଙ୍କ ସହଯୋଗ ରେ ଏକ ସୁସ୍ଥ ପାଠପଢ଼ା ପରିବେଶ ଗଢ଼ିବାରେ ଅନୁପ୍ରାଣିତ ହେବାକୁ କହିଥିଲେ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.