Take a fresh look at your lifestyle.

ଝାମୁଯାତ୍ରାରେ  ନାବାଳିକା କୁ କମେଣ୍ଟ ମରାକୁ ନେଇ ହତ୍ୟାକାଣ୍ଡ ଘଟଣା:ଅଭିଯୁକ୍ତକୁ ୭ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ

0 22

Get real time updates directly on you device, subscribe now.

ଢେଙ୍କାନାଳ  : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କଦମପାଳ ମଙ୍ଗଳା ମନ୍ଦିରରେ ୨୦୧୫ମସିହା ଏପ୍ରିଲ ୧୪ତାରିଖ, ଝାମୁଯାତ୍ରାରେ ଜଣେ ନାବାଳିକାକୁ କମେଟମରା ଓ ଯୁକ୍ତତର୍କ ପରେ କଟୁରୀରେ ହାଣି ହତ୍ୟା ମାମଲାର ବିଚାର କରି ମାନ୍ୟବର ଆଡହକ୍ ଆଡିସିନାଲ୍ ସେସନ ଜଜ୍ ମୁଖ୍ୟ ଅଭିଯୁକ୍ତକୁ ୭ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୩୦ହଜାର ଟଙ୍କା ଜରିମାନା, ଜରିମାନା ଅନାଦେୟ ଅଧିକ ୩ମାସ ଅତିରିକ୍ତ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି ।

ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତକୁ ମଧ୍ୟ ୮ମାସ ସଶ୍ରମ କାରାଦଣ୍ଡାଦେଶ ସହ ୨୦ହଜାର ଟଙ୍କା ଜରିମାନା, ଜରିମାନା ଅନାଦେୟ ଅଧିକ ୪ମାସ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି ।

ପ୍ରକାଶ ଯେ, ସଦର ଥାନାର ଭାପୁର ଫାଣ୍ଡି ଅନ୍ତର୍ଗତ ଗଦମପାଳ ଗାଁ ମଙ୍ଗଳାମନ୍ଦିରରେ ୨୦୧୫ମସିହା ପଣା ସଂକ୍ରାନ୍ତିରେ ଝାମୁଯାତ୍ରାର ଆୟୋଜନ ହୋଇଥିଲା । ସେଦିନ ନିକଟସ୍ଥ ହରିଡ଼ାପଶି ଗ୍ରାମର ମନୋରଞ୍ଜନ ସାହୁ ଓ ତାଙ୍କର ଦୁଇଭାଇ ରଙ୍କନିଧି ଓ ନରେନ୍ଦ୍ରଙ୍କ ସହ ବାପା ରମେଶ ଝାମୁଯାତ୍ରା ଦେଖିବାକୁ ଆସିଥିଲେ ।

ତାଙ୍କ ସହିତ ଏକ ଛୋଟ ଝିଅ ଝାମୁଯାତ୍ରା ଦେଖିବା ପାଇଁ ମଙ୍ଗଳାମନ୍ଦିର ପରିସରରେ ଉପସ୍ଥିତ ଥିଲେ । ସେହି ସମୟରେ କଦମପାଳ ଗାଁର ଟୁକୁନା ଓରଫ ବ୍ରହ୍ମାନନ୍ଦ ନାଏକ ନାବାଳିକାକୁ କମେଂଟମାରିବା ସହିତ ନାବାଳିକା ଗାଲକୁ ଚିପି ଦେଇଥିଲା ।

ଏହି ଘଟଣାକୁ ଉପସ୍ଥିତ ମନୋରଞ୍ଜନ ସାହୁ ପ୍ରତିବାଦ କରିବାରୁ ଟୁକୁନାର ସାଙ୍ଗ ବନ ନାଏକ, ନିରଞ୍ଜନ ନାଏକ, ରଞ୍ଜନ ନାଏକ, ପ୍ରଫୁଲ୍ଲ ନାଏକ ଏବଂ ଆର୍ତବନ୍ଧୁ ନାଏକଙ୍କ ସହ ପ୍ରବଳ ଯୁକ୍ତି ହୋଇଥିଲା । ବନ ନାଏକ ହଠାତ୍ ମଙ୍ଗଳା ମନ୍ଦିର ଭିତରକୁ ଯାଇ ଏକ କାତି ନେଇଆସି ମନୋରଞ୍ଜନ ସାହୁଙ୍କ ମୁଣ୍ଡ ଓ ହାତକୁ ହାଣି ପକାଇଥିଲା ।

ଘଟଣାସ୍ଥଳରେ ମନୋରଞ୍ଜନଙ୍କର ଅଧିକ ରକ୍ତଶ୍ରାବ ଯୋଗୁଁ ସେ ସଂଜ୍ଞାହୀନ ହୋଇଥିôଲେ । ତାଙ୍କୁ ସଂଗେ ସଂଗେ କଟକ ଜିଲ୍ଲା ତିଗିରିଆ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ମାତ୍ର ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ମନୋରଞ୍ଜନଙ୍କର ମୃତ୍ୟୁ ଘଟିଥିଲା ।

ଏହି ଘଟଣାରେ ସଦର ଥାନାରେ ୧୪୬/୨୦୧୫ରେ ଏକ ମୋକଦ୍ଦମା ରୁଜୁ କରି ପୋଲିସ୍ ଅଭିଯୁକ୍ତ ବନ ନାଏକ, ଟୁକୁନା ନାଏକ ଓ ଅନ୍ୟମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଢେଙ୍କାନାଳ ପକ୍ସୋ କୋର୍ଟରେ ସିଟି ସେସନ୍ସ କେସ୍ ୪୬/୧୭ରେ ଏହି ମାମଲାର ଶୁଣାଣି ଚାଲିଥିଲା ।

ଢେଙ୍କାନାଳ ଫାଷ୍ଟଟ୍ରାକ୍ ସ୍ୱତନ୍ତ୍ର ଅଦାଲତର ଆଡହକ୍ ଆଡିସ୍ନାଲ ସେସନ୍ସ ଜଜ୍ ସୂର୍ଯ୍ୟମଣି ମହାପାତ୍ର ମାମଲାଟିର ଶୁଣାଣି କରି ସାଥୀ ଓ ପ୍ରତିପକ୍ଷଙ୍କ ଜବାବସୁଆଲ ଶୁଣିବା ସହ ମାମଲାର ରାୟ ଗୁରୁବାର ପ୍ରକାଶ କରିଛନ୍ତି । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ବନ ନାଏକଙ୍କୁ ୩୦୪ଦଫାରେ ୭ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୨୦ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଧିକ ୩ମାସ ଅତିରିକ୍ତ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି ।

ନାବାଳିକାକୁ ଅସଦାଚରଣ କରିଥିବା ଟୁକୁନା ଓରଫ ବ୍ରହ୍ମାନନ୍ଦ ନାଏକଙ୍କୁ ୩୫୪(କ) ଦଫାରେ ୮ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୨୦ହଜାର ଟଙ୍କା ଜରିମାନା ଆଦେଶ, ଜରିମାନା ଅନାଦେୟ ଅଧିକ ୪ମାସ ଅତିରିକ୍ତ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଅନ୍ୟ ଅଭିଯୁକ୍ତମାନଙ୍କୁ ଅଦାଲତ ନିଦେ୍ର୍ଦାଶରେ ଖଲାସ କରିଥିବା ଜଣାପଡିଛି । ସରକାରଙ୍କ ପକ୍ଷରୁ ସ୍ପେସାଲ ପବ୍ଲିକ ପ୍ରୋସିକ୍ୟୁଟର ଦିଲ୍ଲିପ କୁମାର ମଲ୍ଲିକ ମାମଲା ପରିଚାଳନା କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.