Take a fresh look at your lifestyle.

ମଠକରଗୋଳା ମହାବିଦ୍ୟାଳୟରେ “ହର ଘର ତ୍ରିରଙ୍ଗା ” ସଚେତନତା କାର୍ଯକ୍ରମ

0 69

Get real time updates directly on you device, subscribe now.

କାମାକ୍ଷାନଗର( ରାଜ କିଶୋର ରାଉତ): ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ମଠକରଗୋଳା ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଭାରତ ସରକାରଙ୍କ ନିର୍ଦ୍ଦେଶିତ”ହର୍ ଘର୍ ତିରଙ୍ଗା” କାର୍ଯକ୍ରମ ଉପଲକ୍ଷେ ଏକ ସଚେତନତା କାର୍ଯକ୍ରମ ଓ ସଭା ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ସଭାକୁ ଅନୁଷ୍ଠାନର ଅଧ୍ୟକ୍ଷ ପ୍ର.ଚିତ୍ତରଞ୍ଜନ ଦାସ ଉଦ୍ଘାଟନ କରି ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ହର୍ ଘର୍ ତ୍ରିରଙ୍ଗା ଅଭିଯାନର ସଫଳ ରୂପାୟନ ନିମନ୍ତେ ଛାତ୍ରଛାତ୍ରୀ,ଅଧ୍ୟାପକ,ଅଧ୍ୟାପିକା ଓ ସମସ୍ତ କର୍ମଚାରୀଙ୍କୁ ମାର୍ଗଦର୍ଶନ କରିବା ସହିତ ଦେଶପ୍ରେମ ଓ ଜାତୀୟତା ଭାବନା ଅଖଣ୍ଡ ଭାରତର ଶକ୍ତି ବୋଲି ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ବିଭାଜନ ବିଭୀଷିକା ସୃତି ଦିବସ ଉପଲକ୍ଷେ ବିଭିନ୍ନ ତର୍କ ପ୍ରତିଯୋଗିତା,କୁଇଜ୍ ତଥା ପ୍ରବନ୍ଧ ପ୍ରତିଯୋଗିତା ଏବଂ ସ୍ଵାଧୀନତା ସଂଗ୍ରାମ ତଥା ବିଭାଜନ ବିଭୀଷିକା ଉପରେ ଏକ ପ୍ରଦର୍ଶନୀ କାର୍ଯକ୍ରମର ଆୟୋଜନ କରାଯାଇଛି ବୋଲି ଅଧ୍ୟକ୍ଷ ମହୋଦୟ ପ୍ରକାଶ କରିଛନ୍ତି ।

ଉକ୍ତ କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନାର ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ସାହୁ, କାର୍ଯକ୍ରମ ଅଧିକାରିଣୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ସ୍ବାଇଁ,ଯୁବ ରେଡକ୍ରସ ଅଧିକାରୀ ପ୍ରଶାନ୍ତ କୁମାର ମିଶ୍ର,ଆଭ୍ୟନ୍ତରୀଣ ଗୁଣବତ୍ତା ପ୍ରକୋଷ୍ଟର ସଂଜୋଜିକା ପ୍ର. ସ୍ଵପ୍ନିତା ରାଉତ,ଭାରତ ସ୍କାଉଟ୍ ଓ ଗାଇଡର ରୋଭର ଲିଡର ଲଳିତ କୁମାର ବେହେରା,ରୋଭର ଲିଡର ଅର୍ଚ୍ଚିତା ମହାମାନସିଂ ଏବଂ ମୋ କଲେଜ ଅଭିଯାନର ସଂଯୋଜୀକା ପ୍ର.ସୁଭାସ୍ମିତା ବିଶ୍ଵାଳ ପ୍ରମୁଖ “ହର୍ ଘର୍ ତ୍ରିରଙ୍ଗା” ଅଭିଯାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।

ଏହି ସଚେତନତା ସଭା ଓ କାର୍ଯକ୍ରମ ରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା,ଛାତ୍ରଛାତ୍ରୀ,ସ୍ବେଛାସେବୀ ଓ କର୍ମଚାରୀ ସକ୍ରିୟ ଅଂଶ ଗ୍ରହଣ କରିବା ସହ ନିଜେ ନିଜର ଘରେ ଜାତୀୟ ପତକା ଉତ୍ତୋଳନ ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.