Take a fresh look at your lifestyle.

ମାର୍ଥାପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଅମୃତ ମହୋତ୍ସବ

0 33

Get real time updates directly on you device, subscribe now.

କାମାକ୍ଷାନଗର( ରାଜ କିଶୋର ରାଉତ): ସ୍ୱାଧୀନତା ର 75 ବର୍ଷ ପୂର୍ତ୍ତୀ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଅମୃତ ମହୋତ୍ସବ ପାଳନ କରାଯାଉଛି I ଏହି ଅବସରରେ ଭୁବନ ବ୍ଲକ ମାର୍ଥାପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଉଛି I

ବିଦ୍ୟଳୟ ର ପ୍ରଧାନ ଆଚାର୍ଯ୍ଯ ବିପିନ୍ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଶିଶୁମନ୍ଦିର ର ସମ୍ପାଦକ ମୁରଲୀଧର ମିଶ୍ର ଯୋଗଦେଇ ଦୀପପ୍ରଜ୍ବଳନ କରି ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଛନ୍ତି I

ବିଦ୍ୟଳୟ ପରିସରରେ ଛାତ୍ର ଛାତ୍ରୀଙ୍କ ଦ୍ଵାର ଦେଶାତ୍ମବୋଧକ ଗୀତ ପ୍ରତିଯୋଗିତା, ଭାରତମାତା ଙ୍କ ନିକଟରେ 75 ଟି ଦୀପ ପ୍ରଜ୍ବଳନ, ଚିତ୍ରାଙ୍କନ, ସ୍ଵାଧୀନତା ସଂଗ୍ରାମୀ ମାନଙ୍କର ଫଟୋ ଚିତ୍ର ପ୍ରଦର୍ଶନୀ ଓ ନଗରପରିକ୍ରମା ହେବା ସହ ଏହି କାର୍ଯ୍ୟକ୍ରମ 15 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବା ନେଇ ଶିଶୁମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି I

ଗୁରୁଜୀ ବିମଳ କୁମାର ନନ୍ଦ, ମମତା ମିଶ୍ର, ପ୍ରୀତିନନ୍ଦା ମିଶ୍ର, କ୍ଷୀରୋଦ ପାତ୍ର, ସୈଦାଗର ବେହେରା ସ୍ନେହଲତା ଶତପଥୀ ଓ ରାମ ଚନ୍ଦ୍ର ମିଶ୍ର ଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ I

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.