Take a fresh look at your lifestyle.

କିଡିନୀ ରୋଗରେ ପୀଡିତ ରବି ମହାନ୍ତଙ୍କ ପରଲୋକ

0 118

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କଙ୍କଡାହାଡ଼ ବ୍ଲକ କଣ୍ଟାପାଳ ପଞ୍ଚାୟତ ରଙ୍ଗମାଟିଆ ଗ୍ରାମର ରବି ମହାନ୍ତ(୫୫) ଦୀର୍ଘ ୪ ବର୍ଷ ହେଲାଣି କିଡିନୀ ରୋଗରେ ପୀଡିତ ହେଇ ଶଯ୍ୟାଶାୟୀ ଥିଲେ । ପରିବାର ବୋଲି ପତ୍ନୀ କୁନି ମହାନ୍ତ,ଦୁଇ ଝିଅ ମନ୍ଦୋଦରୀ ଓ ସରସ୍ୱତୀ କୁ ନେଇ ପରିବାର । ରବି ପେସାରେ ଜଣେ ଦିନ ମଜୁରିଆ ଦୈନିକ ରୋଜଗାର ହିଁ ତାଙ୍କ ପରିବାର ଗୁଜୁରାଣ ମେଣ୍ଟାଇ ଥାଏ ।

ଯେଉଁଦିନ କାମ ନମିଳିବ ସେହି ଦିନ ହିଁ ଉପବାସ ରହିଥାଏ । କିଡ଼ିନ ରୋଗରେ ପୀଡିତ ହେଇ ଦୀର୍ଘ ୪ ବର୍ଷ ହେଲାଣି କଟକ ବଡ଼ ମେଡ଼ିକାଲ ଯାଇ ଯାଇ ସବୁ କିଛି ହରେଇ ସାରିଲେଣି ।

ଏପରିକି ନିଜ ଘରେ ଥିବା ଗାଈଗୋରଙ୍କ ମଧ୍ୟ ଚିକିତ୍ସା ପାଇଁ ବିକ୍ରି କରି ଦେଇଛନ୍ତି । କେବଳ ବାପ ଅଜାଙ୍କ ଭିଟା ମାଟି ଖଣ୍ଡକ ଅଛି ।ରବି ଙ୍କ ରୋଜଗାର ବନ୍ଦ ହେବା ପରେ ସ୍ତ୍ରୀ ପର ପାଖରେ ମୂଲ ଲାଗି ପରିବାର ଚଳାଉଛନ୍ତି କେବଳ ଏତିକି ନୁହଁ ବାପାଙ୍କ କଷ୍ଟକୁ ସହି ନପାରି ଦୁଇ ନାବାଳିକା ଝିଅ ପାଠ ପଢ଼ା କୁ ଡୋର ଲଗାଇ ଛେଳି ଚରାଇ ପରିବାର ଚଳାଉଛନ୍ତି ।

ଏହି ଖବର ଗଣମାଧ୍ୟମ ରେ ପ୍ରକାଶ ପାଇଥିଲା । ଭାଗ୍ୟର ବିଡ଼ମ୍ବନା ଆଜି ସକାଳୁ ରବି ମହାନ୍ତଙ୍କର(୫୫) କଟକ ବଡ଼ ମେଡ଼ିକାଲ ରେ ପରଲୋକ ହେଇଅଛି ।

ତାଙ୍କର ଶେଷ କୃତ୍ୟ ଗ୍ରାମ ସ୍ମଶାନ ରେ ରୀତିନୀତି ଅନୁସାରେ କରାଯାଇଥିଲା । ପୁର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତିକ ସାହୁ ସ୍ମଶାନକୁ ଯାଇ ଶେଷ ଦର୍ଶନ କରିବା ସହ ରବି ମହାନ୍ତ ପରିବାରକୁ ସରକାରୀ ସହାୟତା ମିଳି ପାରିବା ପାଇଁ ପ୍ରଶାସନ ପାଖରେ ନିବେଦନ କରିଛନ୍ତି ।

- Advertisement -

Leave A Reply

Your email address will not be published.