Take a fresh look at your lifestyle.

ସାଂସଦ ମହେଶ ସାହୁଙ୍କ କୋଇଲା ମନ୍ତ୍ରୀଙ୍କ ନିକଟରେ ଦାବୀପତ୍ର ପ୍ରଦାନ

0 5

Get real time updates directly on you device, subscribe now.

ଢେଙ୍କାନାଳ :  କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ସଂସଦୀୟ କାର୍ଯ୍ୟାଳୟରେ ଢେଙ୍କାନାଳ ସାଂସଦ ମହେଶ ସାହୁ ସାକ୍ଷାତ କରି କୋଇଲା ଖଣିର ସମସ୍ୟା, ଏମ୍ସିଏଲ୍ କର୍ମଚାରୀଙ୍କ ପେନ୍ସନ୍, ଏମ୍ସିଏଲ୍ ମେଡିକାଲ କଲେଜ୍ ଓ ଅଂଚଳର ପାରିପାଶ୍ୱର୍ିକ ଉନ୍ନତି  ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।

ଉକ୍ତ ଦାବୀ ପତ୍ରରେ ମହାନଦୀ କୋଲ୍ ଫିଲ୍ଡ ଲିଃ.ର ଦୁଇଟି ଅଂଚଳ ତାଳଚେର ଓ ଇଭାଲି ଦେଶରେ କୋଇଲା ଉତ୍ପାଦନର ଶତକଡା ୬୦ ଭାଗ ପୂରଣ କରୁଛି । ତାଳଚେର ଅଚଂଳରେ ଥିବା କୋଇଲାଖଣି ହିଙ୍ଗୁଳା, ବଳରାମ, ଭରତପୁର, ଜଗନ୍ନାଥ, ଅନନ୍ତ ନନ୍ଦିରା, ଲିଙ୍ଗରାଜ, ଭୁବନେଶ୍ୱରୀ, କଣିହାଁରୁ ଦୈନିକ ୧୦୦ ଟନ୍ରୁ ଅଧିକ ଉତ୍ପାଦନ କରୁଛି ।

ଏହି ଦୃଷ୍ଟିରୁ ତାଳଚେରର ପୁରୁଣା ଯୁବରାଜ ଉଚ୍ଚ ବିଦ୍ୟାଳୟ ପାଶ୍ୱର୍ରେ ବ୍ରାହ୍ମଣୀ କୋଲ୍ଫିଲ୍ଡ ଲିଃ ନାମରେ  ନାମିତ କରିବା ପାଇଁ  ସାଂସଦ ଶ୍ରୀ ସାହୁ କେନ୍ଦ୍ର ସରକାରଙ୍କ କୋଇଲା ମନ୍ତ୍ରୀ ଶ୍ରୀ ଜୋଶୀଙ୍କୁ ଜଣାଇଛନ୍ତି । ସାଂସଦଙ୍କ ସହିତ ତାଙ୍କ ବ୍ୟକ୍ତିଗତ ସଚିବ ମାତୃପ୍ରସାଦ ମିଶ୍ର ଉପସ୍ଥିତ ଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.