Take a fresh look at your lifestyle.

ନୀରଜ ଚୋପ୍ରାଙ୍କ ରୌପ୍ୟ ପଦକ ହାସଲ, ଢେଙ୍କାନାଳ ସାଂସଦଙ୍କ ଅଭିନନ୍ଦନ

0 6

Get real time updates directly on you device, subscribe now.

ଢେଙ୍କାନାଳ : ବର୍ମିଂହାମ ରାଜ୍ୟଗୋଷ୍ଠୀ ବିଶ୍ୱ କ୍ରୀଡାରେ ଜାଭଲିନ୍ ତାରକା ନୀରଜ ଚୋପ୍ରାଙ୍କ ସଫଳତା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗୌରବ ଆଣିଛି । ଏବେ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ ବିଶ୍ୱ କ୍ରୀଡା -୨୦୨୨ ଜାଭ୍ଲିନ୍ ଥ୍ରୋ ରେ ୮୮.୧୩ ମିଟର ଫିଙ୍ଗି ରୌପ୍ୟ ପଦକ ହାସଲ କରିଛନ୍ତି ।

କିନ୍ତୁ ତିନି ସପ୍ତାହ ତଳେ ଷ୍ଟକ୍ ହୋମ୍ ଡାଇମଣ୍ଡ ଲିଗ୍ରେ ନୀରଜ ୮୯.୯୪ ମିଟର ପ୍ରଦର୍ଶନ ସହ ଜାତୀୟ ରେକର୍ଡକୁ ନିଜ ନାମେ କରିଛନ୍ତି । ଚଳିତ ରାଜ୍ୟଗୋଷ୍ଠୀ ବିଶ୍ୱ କ୍ରୀଡା-୨୦୨୨ରେ ନୀରଜ ଜାଭ୍ଲିନ୍ ଥ୍ରୋ ଫିଙ୍ଗି ଯେଉଁ ରୌପ୍ୟ ପଦକ ହାସଲ କରିଛନ୍ତି ତାହା ଭାରତ ପାଇଁ ସୁନାମ ଆଣିଦେଇଛି ।

ଗତବର୍ଷ ଟୋକିଓ ଅଲମ୍ପିକ୍ସିରେ ସେ ପ୍ରଥମ ଭାରତୀୟ ଆଥ୍ଲେଟ୍ ଭାବେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ୮୭.୫୮ ମିଟର୍ ଜାଭ୍ଲିନ୍ ଫିଙ୍ଗିଥିଲେ । ତାଙ୍କର ଏହି ସଫଳତା ପାଇଁ ଢେଙ୍କାନାଳ ସାଂସଦ ମହେଶ ସାହୁ ଅଭିନନ୍ଦନ ଜଣାଇବା ସହିତ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.