Take a fresh look at your lifestyle.

ନାମକୁ ମାତ୍ର ସ୍ମାର୍ଟ ସ୍କୁଲ ! ବିଦ୍ୟାଳୟରେ ତାଲା ପକାଯିବା ପରେ ୨ ଜଣ ଶିକ୍ଷକ ନିଯୁକ୍ତି ହେଲେ

0 3

Get real time updates directly on you device, subscribe now.

ଭୁବନ: ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ କୁ ନେଇ ଅଭିଭାବକ ମାନେ ଆଜି ସ୍କୁଲ ଗେଟରେ ତାଲା ପକାଇ ଦେଇଥିଲେ । ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ସ୍କୁଲ ଗେଟ ସମ୍ମୁଖରେ ଦୀର୍ଘ ସମୟ ଧାରଣାରେ ବସି ଶିକ୍ଷକ ନିଯୁକ୍ତି ପାଇଁ ଦାବି କରିଥିଲେ ।

୧୯୭୪ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ୧୪୯ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଜଣେ ଶିକ୍ଷକ ପ୍ରଥମ ରୁ ଅଷ୍ଟମ ଯାଏ ପଢାଉଥିବା ବେଳେ ନବମ ଓ ଦଶମ ଶ୍ରେଣୀ ପିଲା ବସି ବସି ଫେରୁଛନ୍ତି । ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା ।

ବାରମ୍ବାର ଆପତି ,ଅଭିଯୋଗ କରିବା ପରେ କୌଣସି ସମାଧାନ ନହେବାରୁ ସେଥିପାଇଁ ଆଜି ଅଭିଭାବକ ମାନେ ସ୍କୁଲ ଗେଟ ରେ ତାଲା ପକାଇଥିଲେ । ଏ ସଂପର୍କରେ ଖବର ପାଇ ଗୋଷ୍ଠୀ ଶିକ୍ଷାଧିକାରୀ ଘଟଣାସ୍ଥଳରେ ପହଁଚି ବୁଝାଶୁଝା କରିଥିଲେ । ଅଭିଭାବକ ମାନେ ଜିଦରେ ଅଟଳ ରହିବାରୁ ଶେଷରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅନୁମୋଦନ କ୍ରମେ ୨ ଜଣ ଶିକ୍ଷକ ଡେପୁଟେସନରେ ଆସି ଶିକ୍ଷାଦାନ କରିବାକୁ କରିବାକୁ ନିଷ୍ପତି ହୋଇଥିଲା ।

ପରେ ଆବଶ୍ୟକ ଶିକ୍ଷକ ପଦବୀ ପୂରଣ ହେବ ବୋଲି ପ୍ରତିଶ୍ରୁତି ଦିଆଯାଇ ଆନେ୍ଦାଳନ ପ୍ରତ୍ୟାହୃତ କରାଯାଇଥିଲା । ପ୍ରକାଶଥାଉକି ଏହି ସ୍କୁଲଟି ନିକଟରେ ୫ଟି ଅଧିନରେ ରୂପାନ୍ତରଣ ହୋଇ ସ୍ମାର୍ଟ ସ୍କୁଲ ରେ ପରିବର୍ତନ ହୋଇଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.