Take a fresh look at your lifestyle.

ବିଶ୍ଵପ୍ରସିଦ୍ଧ ରଥଯାତ୍ରାରେ ସେବାକାର୍ଯ୍ୟ

0 40

କାମାକ୍ଷାନଗର(ରାଜ କିଶୋର ରାଉତ): ଭାରତୀୟ ସ୍କାଉଟ ଗାଇଡ ଓଡ଼ିଶା ଆନୁକୁଲ୍ୟରେ ପୁରୀଠାରେ ଅନୁଷ୍ଠିତ ରଥଯାତ୍ରାରେ ୫ ଜଣ ରୋଭର୍ ମଠକରଗୋଳା ମହାବିଦ୍ୟାଳୟ ତରଫରୁ ଯୋଗଦାନ କରି ସେବାକାର୍ଯ୍ୟରେ ଉଚ୍ଚ ପ୍ରଶଂସିତ ।

ଏହି କାର୍ଯ୍ୟକ୍ରମଟି ତା-୨୯.୬.୨୨ ରିଖ ଠାରୁ ତା-୨.୭.୨୨ ରିଖ ପର୍ଯ୍ୟନ୍ତ ଚାଲୁରହିଥିଲା । ଓଡ଼ିଶା ଶାଖାର ଜଏଣ୍ଟ ସମ୍ପାଦକ ମିହିର ରଞ୍ଜନ ପଟ୍ଟନାୟକ, ସ୍କାଉଟ୍ ଅଫିସର ମୁକ୍ତି ପ୍ରସାଦ ଦାସ, ଅନୀଲ ମହାନ୍ତିଙ୍କ ସହଯୋଗରେ ୩୦୦ ରୁ ଉର୍ଦ୍ଧ୍ବ ସଦସ୍ୟମାନେ ବଡ଼ଦାଣ୍ଡ ସଫେଇ ,ପାଣି ସ୍ପ୍ରେ ରୋଗୀସେବା, ଟ୍ରାଫିକ କଣ୍ଟ୍ରୋଲ,ଶୃଙ୍ଖଳା ରକ୍ଷା ଆଦି ସେବାକାର୍ଯ୍ୟ କରିଥିଲେ।

ମଠକରଗୋଳା ମହାବିଦ୍ୟାଳୟର ଶିବ ପ୍ରସାଦ ପୃଷ୍ଟି ,ଶିବ ପ୍ରସାଦ ନାୟକ,ବିକାଶ କୁମାର,ରାକେଶ କୁମାର ସ୍ବାଇଁ,ଗୌରୀଶଙ୍କର ରାଉଳ ସକ୍ରିୟ ଭାବେ ଯୋଗ ଦେଇଥିଲେ ।

ଏଥିପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାସ, ରୋବର ଲିଡର ଲଳିତ କୁମାର ବେହେରା, ରେଞ୍ଜର୍ ଲିଡର ଅର୍ଚ୍ଚିତା ମହାମାନସିଂହ, ବିନୟ ଦାସ ସମେତ ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ, ଅଭିଭାବକ ଆନନ୍ଦ ପ୍ରକାଶ କରିଛନ୍ତି ।

ଏହା ଆଗାମୀ ଦିନରେ ଛାତ୍ରଛାତ୍ରୀମାନେ ସେବାକାର୍ଯ୍ୟ ପ୍ରତି ଉତ୍ସାହିତ ହେବା ସହ ଏହାର ସାମାଜିକ ପ୍ରତିଫଳନ ହେବ ବୋଲି ଅଧ୍ୟକ୍ଷ ପ୍ରକାଶ କରିଛନ୍ତି ।

- Advertisement -

Leave A Reply

Your email address will not be published.