Take a fresh look at your lifestyle.

ପ୍ରଥମ ଦିନରେ ଆଇଆଇସି ଙ୍କ ପ୍ରଥମ ସଫଳତା : ମୋଟରସାଇକେଲ , ପିକ ଅପ ଭ୍ୟାନ ଜବତ

0 23

Get real time updates directly on you device, subscribe now.

ଭୁବନ : ଭୁବନ ଥାନାରେ ନୂଆ କରି ଯୋଗ ଦେଇଥିବା ଆଇ ଆଇସି ସୌଭାଗ୍ୟ କୁମାର ସ୍ୱାଇଁଙ୍କୁ ପ୍ରଥମ ଦିନରେ ପ୍ରଥମ ସଫଳତା ମିଳିଛି । ଭୁବନ ସହର ଦେଇ ଯାଇଥିବା ଗେଲ୍ଇଣ୍ଡିଆ ର ଗ୍ୟାସ ପାଇପ ଲାଇନକୁ ଭୂଷଳ ପଂଚାୟତର ଅସୁରବନ୍ଧ ନିକଟରେ କେତେକ ଦୁର୍ବୃତ ରବିବାର ରାତି ଗ୍ୟାସ କଟର ରେ କାଟି ପିକ ଅପ ଭ୍ୟାନରେ ନେଇ ଯିବାକୁ ଯୋଜନା କରିଥିଲେ ।

ରାତ୍ରି ପେଟ୍ରୋଲିଂ କରୁଥିବା ଭୁବନ ପୋଲିସ ଏ ସଂପର୍କରେ ଖବର ପାଇ ଘଟଣାସ୍ଥଳ ରେ ପହଁଚିବା ମାତ୍ରେ ପୋଲିସକୁ ଦେଖି ଦୁର୍ବୃତ ମାନେ ଅନ୍ଧାରର ସୁଯୋଗ ରେଫେରାର ହୋଇ ଯିବାକୁ ସକ୍ଷମ ହୋଇଥିଲେ । ପୋଲିସ ଘଟଣାସ୍ଥଳରୁ ଏକ ମୋଟର ସାଇକେଲ , ଓଡି ୦୫ ଏଇ -୪୦୦୭ ନମ୍ବର ବିଶିଷ୍ଟ ପିକ ଅପ ଭ୍ୟାନ ,୨ ଟିଗ୍ୟା ସସିଲିଣ୍ଡର, କଟର ,କଟାଯାଇଥିବା ଖଣ୍ଡ ଖଣ୍ଡଟୁକୁଡା ପାଇପ ସବୁ ଜବତକରି ଥାନାକୁ ଆଣିଥିଲା ।

ପରେ ଗେଲଇଣ୍ଡିଆ ଏ ସଂପର୍କରେ ଭୁବନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କେଶ ନଂ-୨୮୩/୨୨ ଦଫା ୩୭୯ ରେ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି ।

ଖୁବଶୀଘ୍ର ଆସାମୀ ମାନଙ୍କୁ ଧରାଯିବ ବୋଲି ଆଇ ଆଇ ସି ଶ୍ରୀଯୁକ୍ତ ସ୍ୱାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଂଚଳର ଅସାମାଜିକ ବ୍ୟକ୍ତି ମାନଙ୍କ ମଧ୍ୟରେ କୋକୁଆ ଭୟସୃଷ୍ଟି ହୋଇଥିବା ବେଳେ ବୁଦ୍ଧିଜୀବୀ ମହଲରେ ନୂତନ ଥାନାଧିକାରୀ ଶ୍ରୀଯୁକ୍ତ ସ୍ୱାଇଁଙ୍କୁ ଉଚ୍ଚ ପ୍ରଶଂସା କରାଯାଉଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.