Take a fresh look at your lifestyle.

ମଠକରଗୋଳା ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

0 126

କାମାକ୍ଷାନଗର( ରାଜ କିଶୋର ରାଉତ): ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଚିତ୍ତରଞ୍ଜନ ଦାସ ଙ୍କ ଅଧ୍ୟକ୍ଷତାରେ ଭାରତୀୟ ସ୍କାଉଟ ଗାଇଡ ତରଫରୁ ରୋଭର ଓ ରେଞ୍ଜର ମାନଙ୍କ ଦ୍ଵାରା ବୃକ୍ଷରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି ।

ମହାବିଦ୍ୟାଳୟ ପରିସରରେ ସଜନା, ଅମୃତଭଣ୍ଡା,ଲେମ୍ବୁ ଆଦି ବିଭିନ୍ନ ପ୍ରକାରର ୧୫୦ ରୁ ଅଧିକ ବୃକ୍ଷ ରୋପଣ କରାଯାଇଅଛି ।ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଗାଇଡସ୍ ତରଫରୁ ଭୁବନେଶ୍ଵରଠାରେ ଅନୁଷ୍ଠିତ ହୋଇଥିବା ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷିତ ହୋଇଥିବା ରୋଭର ଓ ରେଞ୍ଜର ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

ସେମାନଙ୍କ ମଧ୍ୟରୁ ମାନସୀ ମହାରଣା,ରଶ୍ମିତା ନାୟକ, ସନ୍ଧ୍ୟାରାଣୀ ସାମଲ,ପ୍ରିୟତମା ପାତ୍ର,ରାଜେଶ୍ କୁମାର ସ୍ବାଇଁ,ଗୌରୀ ଶଙ୍କର ରାଉଳ, ଅରଜ୍ୟୋତି ମହାନ୍ତି ପ୍ରମୁଖ ସେମାନଙ୍କର ନେତୃତ୍ୱ ନେଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ରୋଭର ଲିଡର ଲଳିତ କୁମାର ବେହେରା ,ରେଞ୍ଜର ଲିଡର ଅର୍ଚ୍ଚିତା ମହlମlନସିଂହ ,ସହକାରୀ ଲିଡର ବିନୟ କୁମାର ଦାସ ଓ ମାନସ ରଞ୍ଜନ ଜେନା ,ରେଡକ୍ରସ ଅଧିକାରୀ ପ୍ରଶାନ୍ତ କୁମାର ମିଶ୍ର ,ଜାତୀୟ ସେବା ଯୋଜନାର କାର୍ଯକ୍ରମ ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ସାହୁ,ସୁଧାଂଶୁ ଶେଖର ପତ୍ର, ଶ୍ରାବଣୀ ସପ୍ତାଶ୍ଚାରୀ , ଶ୍ରଦ୍ଧାଞ୍ଜଳି ସ୍ୱାଇଁ, ସନ୍ତୋଷ କୁମାର ଲେଙ୍କା ଙ୍କ ସମେତ ବହୁ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

ଆଗାମୀ ଦିନରେ ୨୦୦ ରୁ ଅଧିକ ଚlରା ଗଛ ରୋପଣ କରାଯିବ ବୋଲି ଅଧ୍ୟକ୍ଷ ମହୋଦୟ ପ୍ରକାଶ କରିଛନ୍ତି ।

- Advertisement -

Leave A Reply

Your email address will not be published.