Take a fresh look at your lifestyle.

ଗୋପବନ୍ଧୁ ସେବା ଦିବସରେ ବୃକ୍ଷରୋପଣ

0 6

Get real time updates directly on you device, subscribe now.

  ଢେଙ୍କାନାଳ : ସ୍ଥାନୀୟ ବିବେକାନନ୍ଦ ବିଦ୍ୟାଳୟ ପରିସରରେ ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ପକ୍ଷରୁ ଗୋପବନ୍ଧୁ ସେବା ଦିବସ ପାଳନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଡିସିସି ପ୍ଲେ ସ୍କୁଲ୍ର ସଭାପତି ତଥା ବରିଷ୍ଠ ଆଇନ୍ଜୀବୀ ଦୀପ୍ତିଶ ପ୍ରସାଦ ପଟ୍ଟନାୟକ ଯୋଗଦେଇ ଢେଙ୍କାନାଳ ଅନେକ କ୍ଷେତ୍ରରେ ଅବହେଳିତ, ତା’ର କାରଣ ବିଭିନ୍ନ ଯୋଜନାରେ ଆସୁଥିବା ଅନୁଦାନର ୮୫ ପ୍ରତିଶତ ବାଟମାରଣା ହେଉଛି ।

ଦଳଗତ ନିର୍ବିଶେଷରେ ସମସ୍ତେ ଏହାର ପ୍ରତିବାଦ ନକଲେ ଜିଲ୍ଲାର ବିକାଶ ଅସମ୍ଭବ । ଅନ୍ୟତମ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ଅଟଳ ଦାସ ଯୋଗ ଦେଇ ପରିବେଶର ଅବସ୍ଥାକୁ ଦୃଷ୍ଟିରେ ରଖି ବୃକ୍ଷରୋପଣ ନିହାତି ଆବଶ୍ୟକ ବୋଲି କହିଥିଲେ । ଫୋରମ୍ର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ନଗରପାଳ ସୁରେନ୍ଦ୍ର ମିଶ୍ର ଫୋରମ୍ର ସେବାକାର୍ଯ୍ୟ ଗୁଡିକ ପଣ୍ଡିତ୍ ଗୋପବନ୍ଧୁଙ୍କର ସେବା ସହିତ ତୁଳନା କରି କର୍ମକର୍ତାମାନଙ୍କୁ ଉତ୍ସାହିତ କରିବା ସହ ଭବିଷ୍ୟତରେ ସେବା କାର୍ଯ୍ୟକୁ ଆହୁରି ଗତିଶୀଳ କରିବାକୁ ଆହ୍ୱାନ ଦେଇଥିଲେ ।

ଫୋରମ୍ ଉପ-ସଭାପତି ଦୀପକ ପ୍ରସାଦ ପଟ୍ଟନାୟକ ଉକ୍ରଳମଣୀ ଗୋପବନ୍ଧୁଙ୍କ ଜୀବନୀ, ଆଦର୍ଶ ଉପରେ ଆଲୋକପାତ କରିଥିଲେ । ୧୧ନଂ ୱାର୍ଡ କାଉନ୍ସିଲର ଲକ୍ଷ୍ମୀପ୍ରିୟା ଦଳେଇ ବୃକ୍ଷର ଉପକାରିତା ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମସ୍ତ ଅତିଥି ଓ କର୍ମକର୍ତାମାନେ ସ୍କୁଲ୍ ପରିସରରେ ବୃକ୍ଷରୋପଣ କରିଥିଲେ ।

ଫୋରମ୍ର ଜିଲ୍ଲା ମହିଳା ଶାଖା ସଭାନେତ୍ରୀଙ୍କ ସହଯୋଗରେ ଗୋପବନ୍ଧୁଙ୍କ ଫଟୋଚିତ୍ରରେ ଦୀପଦାନ ଓ ମାଲ୍ୟାର୍ପଣ କରଯାଇଥିଲା । ସଂପାଦକ ଭରତ କୁମାର ଦାସ ସଂପାଦକୀୟ ବିବରଣୀ ପାଠ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଡିସିସି ପ୍ଲେ ସ୍କୁଲ୍ ଅଧ୍ୟକ୍ଷ ପଙ୍କଜ ନାୟକ ପରିଚାଳନା କରିଥିଲେ ।

ଓମ୍ ସରସ୍ୱତୀ ଶିଶୁ ମନ୍ଦିରର ଗୁରୁମା ହେମବତୀ ମିଶ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ସ୍କୁଲ୍ର ସଂପାଦକ ତଥା ଆଇନ୍ଜୀବୀ ଗୁପ୍ତେଶ୍ୱର ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମାଜସେବୀ ରାମଚନ୍ଦ୍ର ପାତ୍ର, ଅମରେନ୍ଦ୍ର ସାହୁ, ଅର୍ଜୁନ ସାହୁ, ଅଶୋକ ସ୍ୱାଇଁ, ଜି. ମନ୍ମଥ ରାଓ, ସୁରେନ୍ଦ୍ର ସ୍ୱାଇଁ, ଚିତରଞ୍ଜନ ରାଉତ, ନଗେନ କର, ମୂରଲୀ ପଟ୍ଟନାୟକ, ଶଙ୍କର ରଥ, କରୁଣାକର ଦଳେଇ, ଗୋକୁଳ ଚନ୍ଦ୍ର ମାଝି ଓ ଇନ୍ଦ୍ରମଣି ଜେନା ପ୍ରମୁଖ ଯୋଗଦେଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.