Take a fresh look at your lifestyle.

ଭୁବନ ରଥଯାତ୍ରାରେ ଅଘଟଣ,ବଳଭଦ୍ର ରଥ ଚକ ଭାଙ୍ଗିଲା

ଦ୍ୱିତୀୟ ଦିବସରେଚତୁର୍ଦ୍ଧାମୁର୍ତି ଆଡପ ମଣ୍ଡପ ଗଲେ

0 4

Get real time updates directly on you device, subscribe now.

ଭୁବନ : ଭୁବନ ରେ ଚଳିତ ବର୍ଷ ବିପୁଳ ଉସôାହ ,ଉଦ୍ଦିପନା ଓ ଆନନ୍ଦ ,ଉଲ୍ଲାସ ର ସହ ପାରମ୍ପରିକ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୨ ବର୍ଷ ପରେ ଭକ୍ତ ଭଗବାନ ଙ୍କ ଅପୂର୍ବ ମିଳନ ହୋଇଥିଲା । ଠାକୁରଙ୍କୁ ପାଖରୁ ଦେଖିବାକୁ ପ୍ରବଳ ଭିଡ ହୋଇଥିଲା । ପ୍ରାତଃ ସମୟରୁ ଠାକୁରଙ୍କ ପୂଜାର୍ଚ୍ଚନା ଓ ନୀତିକାନ୍ତି କରାଯାଇ ଅପରାହ୍ନ ୧ ଘଟିକା ସମୟରେ ରଥ ପ୍ରତିଷ୍ଠା କରାଯାଇଥିଲା । ୨ ଘଟିକା ସମୟରେ ଚତୁର୍ଦ୍ଧାମୁର୍ତୀଙ୍କୁ ଧାଡି ପହଣ୍ଡିରେ ଆଣି ରଥାରୁଢ କରାଯାଇଥିଲା ।

ମୁଖ୍ୟ ପୂଜକ ତୁଷାରକାନ୍ତି ମିଶ୍ର ଛେରା ପହଁରା କରିବା ପରେ ଅପରାହ୍ନ ୪ ଘଟିକା ସମୟରେ ରଥଟଣା ଆରମ୍ଭ ହୋଇଥିଲା । ତେବେ ପ୍ରଥମ ଥର ପାଇଁ ଅଘଟଣ ଘଟିଥିଲା । ବଳଭଦ୍ର ଙ୍କ ରଥଟଣା ଆରମ୍ଭ ହେବାମାତ୍ରେ ୨ ଟି ଚକ ଭାଙ୍ଗିଯିବାରୁ ରଥଟଣା ରେ ବ୍ୟାଘାତ ହେବା ସହ ରଥଟଣା ପ୍ରାୟ ୧ ଘଣା୍ଟ ବିଳମ୍ବ ହୋଇଥିଲା । ପରେ ବଡଠାକୁର ବଳଭଦ୍ର ଙ୍କୁସୁ ଭଦ୍ରା ଙ୍କ ରଥ କୁ ବିଜେ କରାଯାଇ ରଥଟଣା ହୋଇଥିଲା । ସଂଧ୍ୟା ୭ ଘଟିକାରେ ପ୍ରଥମେ ସୁଭଦ୍ରା ଙ୍କ ରଥ ଓ ରାତ୍ର ୮ ଘଟିକାରେ ମହାପ୍ରଭୁ ଜଗନ୍ନାଥ ଙ୍କ ରଥ ନୂଆବଜାରସ୍ଥିତ ଲକ୍ଷ୍ମୀମନ୍ଦିର ସମ୍ମୁଖରେ ପହଁଚିଥିଲା ।

ପ୍ରତ୍ୟେକ ବର୍ଷ ସୁଭଦ୍ରା ଙ୍କ ରଥ କୁକେବଳମହିଳାମାନେ ଟାଣୁଥିବା ବେଳେ ଚଳିତବର୍ଷ ସୁଭଦ୍ରାଙ୍କ ରଥରେ ବଳଭଦ୍ର ବିଜେ କରିବାରୁ ମହିଳାଭକ୍ତଙ୍କୁ ରଥଟଣା ପାଇଁ ବାରଣ କରାଯାଇଥିଲା । ଫଳରେ ସହସ୍ରାଧିକ ମହିଳା ଭକ୍ତ ନିରାଶରେ ଫେରିଥିଲେ । ଦୁଇ ରଥ ନୂଆବଜାରରେ ପହଁଚିବା ପରେ ଶ୍ରୀଶ୍ରୀମହାଲକ୍ଷ୍ମୀ ବଣିକସଂଘ ତରଫରୁ ଭଜନ ସଂଧ୍ୟା ଅନୁଷ୍ଠିତ ହୋଇଥିଲା । ଆଜି ଦ୍ୱିତୀୟ ଦିବସରେ ଅପରାହ୍ନ ୪ ଘଟିକା ସମୟରେ ପୁନଶ୍ଚ ରଥଟଣା ହୋଇଥିଲା ।

ଭକ୍ତ ମାନେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ସହ ହରିବୋଲ ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ କହି ଗଗନ ପବନ ପ୍ରକମ୍ପିତ କରିଦେଇଥିଲେ । ସଂଧ୍ୟା ୬ ଘଟିକା ସମୟରେ ଦୁଇ ରଥ ବଡହାଟ ସ୍ଥିତ ମାଉସୀମାମନ୍ଦିର ସମ୍ମୁଖରେ ପହଁଚିବା ପରେ ପହଣ୍ଡି କରି ଠାକୁରଙ୍କୁ ଆଡପ ମଣ୍ଡପ କୁ ନିଆଯାଇଥିଲା ।

ଚଳିତ ବର୍ଷ ବଳଭଦ୍ର ରଥ ଚକ ଭାଙ୍ଗିବା ଘଟଣାରେ ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ତଥା ନଗରପାଳ ଶୁଭେନ୍ଦୁ କୁମାର ସାହୁ ଅତ୍ୟନ୍ତ ଦୁଃଖ ପ୍ରକାଶ କରି ଦୁଇବର୍ଷହେଲା ରଥଯାତ୍ରା ହୋଇନଥିବା କାରଣରୁ ରଥ ମରାମତି ହୋଇନଥିଲା । ପୁରୁଣାକାଠରେ କାମ କରାଯାଇ ଥିବା ଯୋଗୁ ଚକ ଭାଙ୍ଗିଗଲା ବୋଲି ନିଜର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଭୁବନ ଥାନାଧିକାରୀ ପ୍ରଶାନ୍ତ କୁମାର ପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆରକ୍ଷୀ ବାହିନୀ ଯାତ୍ରାକୁ ଶୃଙ୍ଖଳିତ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.