Take a fresh look at your lifestyle.

ଗଣମାଧ୍ୟମ ପ୍ରତିନିଧିଙ୍କୁ ସୁରକ୍ଷା ପ୍ରଦାନ କରାଯାଉ

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର

0 184

Get real time updates directly on you device, subscribe now.

ଢେଙ୍କାନାଳ : ଖବର ସଂଗ୍ରହ କ୍ଷେତ୍ରରେ ନିୟୋଜିତ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସୁରକ୍ଷା ପ୍ରଦାନ କରବା ପାଇଁ ଢେଙ୍କାନାଳ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବିଶେଷକରି ପଂଚାୟତ ନିର୍ବାଚନ ସମୟରେ ଖବର ସଂଗ୍ରହ କରୁଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ସଂଘ ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାବି ହୋଇଛି ।

ସୋମବାର ଅପରାହ୍ନରେ ଜିଲା କାର୍ଯ୍ୟାଳୟଠାରେ ଜିଲାପାଳ ସରୋଜ କୁମାର ସେଠିଙ୍କ ସହ ସଂଘର ସଭାପତି ପ୍ରସନ୍ନ କୁମାର ପଟ୍ଟନାୟକ, ସମ୍ପାଦକ ସତ୍ୟ ସ୍ୱରୁପ ଦାସ, ଉପସଭାପତି ଅଥୟ କୁମାର ସାହୁ, ଉପଦେଷ୍ଟା ପ୍ରଦ୍ୟୁମ୍ନ ରଥ, ବିଶ୍ୱନାଥ ବେହେରା, ଦୀପକ ପ୍ରସାଦ ପଟ୍ଟନାୟକ, ଅରବିନ୍ଦ ସାହୁ ପ୍ରମୁଖ ଏ ସଂକ୍ରାନ୍ତରେ ଆଲୋଚନା କରିବା ସହିତ ବିଭିନ୍ନ ସମୟରେ ଖବର ସଂଗ୍ରହରେ ନିୟୋଜିତ ଗମମାଧ୍ୟମର ପ୍ରତିନିଧି ମାନଙ୍କ ସହ ଉତମ ବ୍ୟବହାର ପ୍ରଦର୍ଶନ ଏବଂ ସେମାନଙ୍କୁ ସହଯୋଗ ପ୍ରଦାନ କରିବା ନିମନ୍ତେ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏଥିସହ ଗତ ୨୦ ତାରିଖରେ ପଂଚାୟତ ନିର୍ବାଚନ ସମୟରେ ଯାଜପୁର ଜିଲା ବିଂଝାରପୁର, ପୁରୀ ଜିଲା ବ୍ରହ୍ମଗିରି ଓ ନୟାଗଡ ଜିଲାରେ କାର୍ଯ୍ୟରତ ଗଣମାଧ୍ୟମର ପ୍ରତିନିଧିଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣକୁ ସଂଘ ପକ୍ଷରୁ ନିନ୍ଦା କରାଯିବା ସହିତ ଗଣତନ୍ତ୍ରର ଜାଗ୍ରତ ପ୍ରହରୀଙ୍କ ଉପରେ ଏପରି ଆକ୍ରମଣ ଗଣମାଧ୍ୟମର କଣ୍ଠରୋଧ କରିବା ଏକ ହିନ ପ୍ରୟାସ ବୋଲି ମତପ୍ରକାଶ ପାଇଥିଲା ।

ଏହି ଘଟଣାରେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରି ଦ୍ରୁଷ୍ଠାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ପକ୍ଷରୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଜିଲାପାଳଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।
ଏହାସହିତ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ଉତର କେନ୍ଦ୍ରାଂଚଳ ଡିଆଇଜି, ଏସ୍ପିଙ୍କୁ ମଧ୍ୟ ଏହାର ଏକକିତା ନକଲ ପ୍ରଦାନ କରାଯାଇ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସୁରକ୍ଷା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

 ଏହି କାର୍ଯ୍ୟକ୍ରମରେ ରତନ ନାୟାର, ଦେବାଶିଷ ମିଶ୍ର, ବିନୋଦ ମହାନ୍ତି, ଆଦିତ୍ୟ ପଣ୍ଡା, ଲକ୍ଷ୍ମୀକାନ୍ତ ସାହୁ, ଶ୍ୟାମସୁନ୍ଦର ସାହୁ, ବିପ୍ଲବ ରାଉଳ, ଅମାନି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.