Take a fresh look at your lifestyle.

ନିହଲପ୍ରସାଦ ରେ ପୁନଃ ମତଦାନ : ସୁରକ୍ଷା ବ୍ୟବସ୍ଥା କଡାକଡି

0 47

Get real time updates directly on you device, subscribe now.

 ଗଁଦିଆ : ଗଁଦିଆ ବ୍ଲକ ଅନ୍ତର୍ଗତ ନିହଲପ୍ରସାଦ ଗ୍ରାମ ପଂଚାୟତରେ ଆସନ୍ତା କାଲି ଅନୁଷ୍ଠିତ ପୁନଃ ମତଦାନ ନିମନ୍ତେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କଡାକୁଡି କରାଯାଇଛି ।

ଯେପରି ମତଦାନ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବ ସେଥିପାଇଁ ପୋଲିସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ଚଳିତ ମାସ16ତାରିଖରେ ଅନୁଷ୍ଠିତ ମତଦାନ ସମୟରେ ଉକ୍ତ ପଂଚାୟତର 2, 6,  7 ନମ୍ବର ମତଦାନ କେନ୍ଦ୍ରରେ ରିଗିଂଙ୍ଗ ଫଳରେ ମତଦାନ ସ୍ଥଗିତ ଥିଲାବେଳେ 11 ନମ୍ବର ବୁଥ ର ଭୋଟ ବାକ୍ସ କୁ ଦୁର୍ବୃତ୍ତ ମାନେ ନେଇଯାଇ ଏକ କୂପରେ ପକାଇ ଦେଇଥିଲେ ।

ଯାହା ଫଳରେ ସେହି ମତଦାନ କେନ୍ଦ୍ର ଗୁଡିକରେ ପୁନଃ ମତଦାନ ଆସନ୍ତା କାଲି ହେବ 2 ଓ 7 ବୁଥ ର ଭୋଟର ସଂଖ୍ୟା 500 ରୁ ଅଧିକ ଥିବାରୁ ସେହି କେନ୍ଦ୍ରରେ 4 ଜଣ କର୍ମଚାରୀ କେନ୍ଦ୍ର ପରିଚାଳନା କରିବେ ।

ସେହିପରି 6 ଓ 11 ନମ୍ବର ବୁଥ ରେ ଭୋଟର ସଂଖ୍ୟା 500 ରୁ କମ ଥିବାରୁ ସେଠାରେ 3 ଜଣ ଲେଖାଏଁ କର୍ମଚାରୀ ନିୟୋଜିତ ହେବେ ।

ଆସନ୍ତା କାଲି ସକାଳ 9 ଟା ସମୟରେ ମତଦାନ ଆରମ୍ଭ ହୋଇ ଅପରାହ୍ନ ୩ ପର୍ଯ୍ୟନ୍ତ ଚାଲିବ । ଏହି ପୁନଃ ମତଦାନ ପାଇଁ ନିଯୁକ୍ତ କର୍ମଚାରୀ ମାନେ ଆସନ୍ତା କାଲି ସକାଳ ସମୟରେ ବ୍ଲକରୁ ଯିବେ ।

ସେହିପରି ଯେପରି ସେଠାରେ କୌଣସି ବିଶୁଙ୍ଖଳ ନହେବ ସେଥି ନିମନ୍ତେ 2 ଜଣ ଅତିରିକ୍ତ ଏସ ପି 4 ଜଣ ଡ଼ି ଏସ ପି 5 ଜଣ ଇନିସ୍ପେକ୍ଟର 4 ପ୍ଲାଟୁନ ପୋଲିସ ଫୋର୍ସ ଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ମୁତୟନ ରହିବେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.