Take a fresh look at your lifestyle.

ଭୁବନ ବ୍ଲକ : ଶାନ୍ତିପୂର୍ଣ୍ଣ ଭାବେ ଭୋଟସରିଲା ୭୯ ପ୍ରତିଶତ ମତଦାନ

0 150

Get real time updates directly on you device, subscribe now.

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକରେ ଆଜି କାଁଭାଁ ଗଣ୍ଡଗୋଳକୁ ବାଦ ଦେଲେ ମୋଟାମୋଟି ଭାବେ ଶାନ୍ତିଶୃଙ୍ଖଳାର ସହ ସକାଳ ୭ ଘଟିକା ଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା ।

ଭୁବନରେ ୭୯ ପ୍ରତିଶତ ଭୋଟ ହୋଇଛି । ସେଥି ମଧ୍ୟରୁ ଧଳପଡା ରେ ସର୍ବାଧିକ ୮୭ ପ୍ରତିଶତ ଭୋଟ ଗ୍ରହଣ ହୋଇଥିବା ବେଳେ ମୃଦଙ୍ଗା ରେ ସର୍ବନିମ୍ନ ୭୧ ପ୍ରତିଶତ ଭୋଟ ହୋଇଛି ।

୧୮ ଟି ପଂଚାୟତ ର ୮୨ ହଜାର ୭୪୭ ଜଣ ମତଦାତାଙ୍କ ମଧ୍ୟରୁ ୬୫ ହଜାର ୫୮୮ ଭୋଟର୨୫୮ ଟିବୁଥରେ ୫ ବର୍ଷ ପାଇଁ ସେମାନଙ୍କ ର ପଂଚାୟତ ପ୍ରତିନିଧି ବାଛିଛନ୍ତି ।

ସମସ୍ତ ପ୍ରାର୍ଥୀ ଙ୍କ ଭାଗ୍ୟ ଏବେ ବାଲାଟ ବକ୍ସରେ ସିଲ ହୋଇ ରହିଛି । ଭୋଟ ପୂର୍ବ ରୁଭୁବନ ବ୍ଲକର ଗୋଟିଏ ଦୁଇଟି ସ୍ଥାନରେ ନିର୍ବାଚନୀ ହିଂସାକାଣ୍ଡ ସୃଷ୍ଟି ହୋଇଥିବାରୁ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଓ ଭୟମୁକ୍ତ ଭାବେ ନିର୍ବାଚନ ପରିଚାଳନା ସକାଶେ ପ୍ରଶାସନିକ କ୍ଷେତ୍ରରେ ବ୍ୟାପକ ପ୍ରସ୍ତୁତି ଓ ସୁବନେ୍ଦାବସ୍ତ କରାଯାଇଥିଲା ।

ଜଣେ ଆଡିସିନାଲ ଏସପି ଙ୍କ ସମେତ ୪ ଜଣ ଡିଏସପି , ୪ ଜଣ ଇନିସପେକ୍ଟର ଓ ଦୁଇ ପ୍ଲାଟୁନ ଫୋର୍ସ ଙ୍କ ତତ୍ୱାବଧାନରେ ଶାନ୍ତିପୂର୍ଣ୍ଣ ଭାବେ ଭୋଟ ଗ୍ରହଣ ହୋଇଥିଲା ।

ଭୋଟ ଶେଷରେ ବାଲାଟ ବକ୍ସକୁ କଡା ସୁରକ୍ଷା ମଧ୍ୟରେ ଅଣାଯାଇ ବ୍ଲକ ପରିସରରେ ଥିବା ଷ୍ଟ୍ରଙ୍ଗରୁମରେ ରଖାଯଇଥିଲା । ଆସନ୍ତା ୨୬ ତାରିଖଠାରୁ ପର୍ଯ୍ୟାୟ କ୍ରମେ ଗଣତି ହେବ ବୋଲି ସୂଚନା ମିଳିଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.