Take a fresh look at your lifestyle.

ଉପନ୍ୟାସ ‘ଶକ୍ତି’ର ବଙ୍ଗଳା ସଂସ୍କରଣ ଖୁବ୍‍ ଶୀଘ୍ର

0 47

Get real time updates directly on you device, subscribe now.

ଢେଙ୍କାନାଳ: ସୁସାହିତ୍ୟିକ ମୃଣାଳ ଚାଟାର୍ଜୀଙ୍କ ବହୁଚର୍ଚ୍ଚିତ ଉପନ୍ୟାସ ‘ଶକ୍ତି’ର ବଙ୍ଗଳା ଅନୁବାଦ କୋଲକାତା ଆନ୍ତର୍ଜାତିକ ପୁସ୍ତକ ମେଳାରେ ପ୍ରକାଶିତ ହେଉଛି । ମୂଳ ଓଡ଼ିଆରୁ ଏହାକୁ ବଙ୍ଗଳାକୁ ଅନୁବାଦ କରିଛନ୍ତି ସମ୍ବିତ ପାଲ ।

ପୁସ୍ତକଟିକୁ କୋଲକାତାର ଇତିକଥା ପବ୍ଲିକେଶନ୍‍ ପ୍ରକାଶ କରିଛନ୍ତି । ଏହା କୋଲକାତା ବହି ମେଳାର ଷ୍ଟଲ୍‍ ନମ୍ବର ୩୬୮ରେ ଆସନ୍ତା ମାର୍ଚ୍ଚ ୨ ତାରିଖରୁ ଉପଲବ୍ଧ ହେବ ।

କଳ୍ପ ବିଜ୍ଞାନ ଶୈଳୀରେ ଲିଖିତ ଏହି ଉପନ୍ୟାସ ପ୍ରଥମେ ଓଡ଼ିଆରେ ଲେଖାଯାଇଥିଲା । ତା’ପରେ ହିନ୍ଦୀ, ଇଂରାଜୀ ଓ ମରାଠୀରେ ଲେଖାସରିଛି । ମୂଳ ଓଡ଼ିଆ ଉପନ୍ୟାସକୁ ହିନ୍ଦୀରେ ଅନୁବାଦ କରିଛନ୍ତି ଆକାଶବାଣୀ କଟକର ବାର୍ତ୍ତା ସମ୍ପାଦକ ଇତିଶ୍ରୀ ସିଂହ ରାଠୌର ।

ସେହିପରି ଆଇଆଇଏମ୍‍ସି ଅମରାବତୀର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ତଥା ଲେଖକ ନଦିମ୍‍ ଖାଁ ଏହାର ଇଂରାଜୀ ଅନୁବାଦ କରିଥିବାବେଳେ ବିଶିଷ୍ଟ ଲେଖକ ଅଶ୍ୱିନୀ କାମ୍ବଲେ ଏହାର ମରାଠୀ ଅନୁବାଦ କରିଛନ୍ତି ।

କଥାକାର ମୃଣାଳଙ୍କର ମୋଟ ୭ଟି ଉପନ୍ୟାସ ଓ ୮ଟି କ୍ଷୁଦ୍ର ଗଳ୍ପ ସଙ୍କଳନ ପ୍ରକାଶିତ ହୋଇଛି । ନିକଟରେ ମୃଣାଳଙ୍କ ଶ୍ରେଷ୍ଠ ଗଳ୍ପ ପାଠକଙ୍କ ଦ୍ୱାରା ବେଶ୍‍ ଆଦୃତ ହୋଇଛି । ଏହାସହ ସେ ନିୟମିତ ଭାବେ ବିଭିନ୍ନ ପତ୍ରପତ୍ରିକାରେ ନିବନ୍ଧ, ରମ୍ୟ ରଚନା ଲେଖୁଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.