Take a fresh look at your lifestyle.

ଜନ ଶିକ୍ଷଣ ସଂସ୍ଥାନ ପକ୍ଷ ରୁ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ

0 54

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ଜନ ସିକ୍ଷଣ ସଂସ୍ଥାନ ପକ୍ଷ ରୁ ଢେଙ୍କାନାଳ ଷ୍ଟେସନ ବଜାର କାର୍ଯ୍ୟାଳୟ ପରିସର ମଧ୍ୟରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳନ ହୋଇଯାଇଛି।

ଏଥିରେ ମୁଖ୍ୟ ଅତିଥି ଭାବରେ ଷଡ଼ଙ୍ଗୀ ଏସ୍ ଏସ୍ ମହାବିଦ୍ୟାଳୟ ଅଧ୍ୟାପକ ଡକ୍ଟର ଅରୁଣୋଦୟ ସ୍ବାଇଁ, ସମ୍ମାନୀତ ଅତିଥି ଭାବରେ ଅତିଥି ଭାବରେ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ମିସ୍ ସଙ୍ଗୀତା ଦାଶ ,ମୁଖ୍ୟ ବକ୍ତା ଭାବରେ ନେହେରୁ ଯୁବ କେନ୍ଦ୍ର ସ୍ୱେଚ୍ଛାସେବୀ ବିପ୍ରବର ବେହେରା ଓ ଜନ ଶିକ୍ଷଣ ସଂସ୍ଥାନ ଢେଙ୍କାନାଳ ର ନିର୍ଦେଶକ  ମାନସ ରଞ୍ଜନ ଦାସ ଯୋଗ ଦେଇ ମାତୃଭାଷା ଦିବସ ର ଗୁରୁତ୍ୱପୂର୍ଣ ଦିଗ ଉପରେ ଆଲୋକ ପାତ କରି ଥିଲେ।

  ଏଥିରେ ପ୍ରାୟ ୪୭ ଜଣ ହିତାଧିକାରୀ ଯୋଗଦେଇଥିଲେ। ଏହାପରେ ସେମାନଙ୍କ ମଧ୍ୟରେ ଆନ୍ତର୍ଜାତିକ ମାତୃଭାଷା ଉପରେ ଏକ ବକ୍ତୃତା ପ୍ରତିଯୋଗିତା କରାଯାଇଥିଲା। ଅତିଥି ମାନଙ୍କ ଦ୍ୱାରା ୩ ଜଣ ବିଜୟୀ ପ୍ରତିଯୋଗୀ ଙ୍କୁ ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରବୀଣ କୁମାର ରାଉତ ସଭା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.