Take a fresh look at your lifestyle.

ମାଟି କୁଡ଼ିଆରେ ବିତୁଛି ଜୀବନ

0 23

Get real time updates directly on you device, subscribe now.

କଙ୍କାଡାହାଡ଼ : ଢେଙ୍କାନାଳ ଜିଲ୍ଲା କଙ୍କାଡାହାଡ଼ ବ୍ଲକ କେରଜୋଳି ପଂଚାୟତ ରୋଡ଼ଙ୍ଗ ଗ୍ରାମର କାଙ୍ଗାଳ ମହାରଣା  (60)ଙ୍କ ପାଇଁ  ସରକାରୀ ଯୋଜନା ସାତସପନ ପାଲଟିଛି ।

ମାଟି କୁଡ଼ିଆରେ ଦୁଇ ପ୍ରାଣୀ ବହୁତ ଦୁଃଖରେ ଜୀବନ କାଟୁଛନ୍ତି । ସତେ ଯେମିତି ସରକାର ଏମାନଙ୍କ ପାଇଁ ଚିର ନିଦ୍ରାରେ ଶୋଇପଡିଛନ୍ତି । ବୟସ ଅତିକ୍ରମ କରିସାରିଲେବି ମଧ୍ୟ ବାର୍ଦ୍ଧକ୍ୟ ଭତ୍ତାଟିଏ କି ପକ୍କାଘର ଟିଏ ମିଳିପାରୁନି ।

ପଂଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଧାଇଁ ଧାଇଁ ନୟାନ୍ତ ହେଇ ଭାଗ୍ୟକୁ ଆଦରି ପଡିଛନ୍ତି ଦୁଇ ପ୍ରାଣୀ । ଦିନ ମଜୁରୀ କରି ପେଟ ପୋଶୁଛନ୍ତି । ନିର୍ବାଚନ ଆସିଲେ ପ୍ରତିଶୃତି ପରେ ପ୍ରତିଶୃତି ମିଳୁଛି ହେଲେ ପକ୍କାଘର ଟିଏ ହେଇପାରୁନି ।

ସାଧାରଣ ଜବ କାର୍ଡ ଟିଏ ମଧ୍ୟ ହେଇପାରୁନି । ସରକାରଙ୍କ ଯୋଜନା ଗଲା କୁଆଡେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.