Take a fresh look at your lifestyle.

ମଠକରଗୋଳା : ଶଶୀକାନ୍ତ ଓ ସଂଧ୍ୟାରାଣୀ ଙ୍କ ଜୋରଦାର ପ୍ରଚାର

0 63

Get real time updates directly on you device, subscribe now.

ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ରେ ନିର୍ବାଚନ ପ୍ରଚାର ଜୋର ଧରିଛି । ଅଣସଂରକ୍ଷଣ ଥିବାଏହି ଆସନରେ ଚଳିତ ଥର ଅଜୟ କୁମାର ନାୟକ (ଖୋଲାବହି) , ପରମାନନ୍ଦ ଦାସ (ମାଛ) , ରମେଶ ସ୍ୱାଇଁ (ସୂର୍ଯ୍ୟ) ଶଶୀକାନ୍ତ ସ୍ୱାଇଁ (ଖୋଲାଛତା) ଓ ଶାନ୍ତନୁ ନାୟକ (ହଳଲଙ୍ଗଳ) ଚିହ୍ନରେ ସରପପଂଚ ନିର୍ବାଚନ ଲଢୁଛନ୍ତି ।

ସମିତିସଭ୍ୟ ନିମନ୍ତେ ମହିଳା ଙ୍କ ପାଇଁସଂରକ୍ଷଣ ଥିବାବେଳେ ଶାସକ ବିଜୁ ଜନତା ଦଳ ସମର୍ଥôତ ପ୍ରାର୍ଥୀ ଭାବେ ଭୁବନ ବ୍ଲକ ବିଜୁ ମହିଳା ଜନତା ଦଳସଭାନେତ୍ରୀ ସଂଧ୍ୟାରାଣୀ ନାୟକ (ଷ୍ଟୁଲ) ଚିହ୍ନରେ ନିର୍ବାଚନ ଲଢୁଥିବା ବେଳେ କଳ୍ପନା ସ୍ୱାଇଁ (କେଟିଲ) ଚିହ୍ନରେ ଲଢୁଛନ୍ତି ।

ବିଜେଡି ସମର୍ଥôତ ସରପଂଚ ପ୍ରାର୍ଥୀ ଶଶୀକାନ୍ତ ଓ ସମିତିସଭ୍ୟା ପ୍ରାର୍ଥôନୀ ସଂଧ୍ୟାରାଣୀ ଘରକୁ ଘର ବୁଲି ନବୀନ ସରକାରଙ୍କ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରାଉଥିବାବେଳେ ବିଜୁ ସ୍ୱାସ୍ଥ୍ୟବୀମା ଯୋଜନା , ମିଶନ ଶକ୍ତିସଂପର୍କରେ ମହିଳା ମାନଙ୍କୁ ବୁଝାଇ ଭୋଟ ଭୀକ୍ଷା କରୁଛନ୍ତି ।

ଏକ ସଂପୂର୍ଣ୍ଣ ଦୁର୍ନୀତିମୁକ୍ତ , ବିକାଶଶୀଳ ତଥା ଆଦର୍ଶ ପଂଚାୟତ ଗଢିତୋଳିବା ସକାଶେ ତାଙ୍କୁ ଭୋଟ ଦେବାକୁ ନିବେଦନ କରୁଛନ୍ତି । ବିନାଲାଂଚରେ ବାର୍ଦ୍ଧକ୍ୟ ଭତା , ରାସନକାର୍ଡ ଓ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ମିଳିବ ବୋଲି ପ୍ରତୃଶୃତି ଦେଇ ପ୍ରଚାର ଚଳାଇଛନ୍ତି । ବାଇକରାଲି , ରୋଡଶୋ , ପଥପ୍ରାନ୍ତ ସଭା ଜରିଆରେ ଜୋରଦାର ପ୍ରଚାର କରୁଛନ୍ତି ଓ ଅନ୍ୟ ପ୍ରାର୍ଥୀଙ୍କ ଠାରୁ ଆଗୁଆ ରହିଥିବା ଲକ୍ଷ୍ୟ କରାଯାଉଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.