Take a fresh look at your lifestyle.

ସାମ୍ବାଦିକଙ୍କ ଉପରେ ଆକ୍ରମଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି

0 52

Get real time updates directly on you device, subscribe now.

ସମ୍ବଲପୁର: ଗତକାଲି ବୁଧବାର ଦିନ କଣାସ ଠାରେ ଦୁଇ ଜଣ ସାମ୍ବାଦିକଙ୍କ ଉପରେ ଅହେତୁକ ଆକ୍ରମଣକୁ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି ।

ଆଜି ଜିଲ୍ଲା ପ୍ରଶାସନ ଜରିଆରେ ଏସମ୍ପର୍କରେ ଏକ ସମ୍ମିଳିତ ଦାବିପତ୍ର ଓଡ଼ିଶା ରାଜ୍ୟପାଳଙ୍କ ପାଖକୁ ପଠାଯାଇଛି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ ଏହି ଦାବିପତ୍ର ଗ୍ରହଣ କରିଥିଲେ ।

ସଙ୍ଘର ଜିଲ୍ଲା ଉପସଭାପତି ଦ୍ବୟ ଜୟନ୍ତ ଖଡିରତ୍ନ ଓ ହେମନ୍ତ ରାଉତଙ୍କ ନେତୃତ୍ବରେ ସାଧାରଣ ସମ୍ପାଦକ ରାଜେଶ ବିଭାର, ସଂଘର ବରିଷ୍ଠ ସଭ୍ୟ ଶିବ ପ୍ରସାଦ ମେହେର, ରାଧେଶ୍ୟାମ ପଣ୍ଡା, ପ୍ରଫୁଲ୍ଲ ଦାସ, ଅମନ ସିଂହ ସାଲୁଜା, ମଳୟ ଭୋଇ ଓ ଅନ୍ୟାନ୍ୟ ସଭ୍ୟମାନେ ଆଜି ଉକ୍ତ ଦାବିପତ୍ର ଦେବା ସହିତ ଏବିଷୟରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.