Take a fresh look at your lifestyle.

ମହୀମା ଧର୍ମ ପ୍ରଚାରକ ଙ୍କ ପରଲୋକ

0 34

ଢେଙ୍କାନାଳ(ସର୍ବେଶ୍ୱର ମଲ୍ଲିକ):  ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବାରଦା ଗ୍ରାମ ପଞ୍ଚାୟତର ଜହ୍ନି ତାଏଲା ଗ୍ରାମ ର ପୁରୁଷୋତ୍ତମ ନାୟକ ଙ୍କ ର ନିଜ ବାସ ଭବନ ରେ ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଂକୁ ୯୬ ବର୍ଷ ହୋଇ ଥିଲା।

ଅନ୍ତିମ ସମୟ ରେ ତାଙ୍କର ଚାରି ପୁତ୍ର ପୁତ୍ର ବଧୂ ନାତି ନାତୁଣୀ ଆଦି  ଉପସ୍ଥିତ ଥିଲେ।ଜଣେ ବର୍ଷୀୟାନ ମହିମା ଧର୍ମ ପ୍ରଚାରକ ଓ  ସମାଜସେବୀ ଭାବରେ ସେ ଖୁବ ଜଣାଶୁଣା ଥିଲେ ।

ବହୁ ଅନୁଷ୍ଠାନ ତରଫରୁ ତାଙ୍କୁ ସମ୍ମାନୀତ କରାଯାଇଥିଲା।ମହିମା ଧର୍ମ ର ପ୍ରଚାର ଓ ପ୍ରସାର ପାଇଁ ମହିମା ଧର୍ମ ଗବେଷଣା କେନ୍ଦ୍ର ଭୁବେଶ୍ଵର ତରଫରୁ ମହିମା ଗୌରବ ସମ୍ମାନ ରେ ମଣ୍ଡିତ କରାଯାଇଥିଲା।

1997 ମସିହା ରେ ଜଣେ ଉତ୍ତମ ସମାଜସେବକ ଭାବେ ସମ୍ମାନୀତ କରାଯାଇଥିଲା।ଏହା ବ୍ୟତୀତ ବିଭିନ୍ନ ଧାର୍ମିକ ଅନଷ୍ଠାନ ସଙ୍ଗେ ଜଡ଼ିତ ଥିଲେ। ଜିଲ୍ଲା ର ବିଭିନ୍ନ ଗ୍ରାମ ପଂଚାୟତ ରେ ନ୍ୟାୟ ନିଶାପ ଓ ମାନତି ପଂଚାୟତ ରେ ବହୁ ବାଦ ବିବାଦ ଆଦିର ଆପୋଷ ସମାଧାନ କରିଛନ୍ତି |

ତାଙ୍କ ବିୟୋଗ ଖର୍ବର ପ୍ରସାରିତ ହେବ ପରେ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ତଥା ଜନସାଧାରଣ ତାଙ୍କ ଶେଷ ଦର୍ଶନ କରିଥିଲେ। ତାଙ୍କ ମୃତ୍ୟୁ ଖବର ପାଇବା ପରେ  ଏ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଥିଲା।

- Advertisement -

Leave A Reply

Your email address will not be published.