Take a fresh look at your lifestyle.

ବ୍ରାହ୍ମଣୀ ବ୍ରିଜ ତଳକୁ ଟ୍ରଲ୍ ର ଖସି ଜଣେ ମୃତ,ଜଣେ ଗୁରୁତର ଆହତ

0 79

Get real time updates directly on you device, subscribe now.

ଢେଙ୍କାନାଳ (ସର୍ବେଶ୍ୱର ମଲ୍ଲିକ ):ଆଜି ଭୋର୍ ସମୟ ରେ ସାରଙ୍ଗ ଧର ସେତୁ ତଳକୁ ଏକ ଟ୍ର ଲ ର ଖସିପଡି ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ହୋଇ ଡାକ୍ତର ଖାନା ରେ ଭ ର୍ତ୍ତୀ ହୋଇଛନ୍ତି | ମୃତ ବ୍ୟକ୍ତି ଙ୍କ ପରିଚୟ ମିଳି ପରି ନାହିଁ |

ଢେଙ୍କାନାଳ ପଟୁ କାମାକ୍ଷା ନଗର ଆଡ କୁ ଯାଉ ଥିବା ସମୟ ରେ ଗେଙ୍ଗୁଟିଆ ନିକଟସ୍ଥ ବ୍ରାହ୍ମଣୀ ବ୍ରିଜ୍ ଉପରୁ ନଦୀ ଗର୍ଭ କୁ ଖସି ପଡ଼ି ବାରୁ ଜଣଙ୍କ ର ମୃତୁ ହୋଇ ଥିଲା ବେଳେ ଗାଡି ର ଚାଳକ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।

ଟ୍ରଲର ଟି ପ୍ରାୟ ବ୍ରିଜ ର 35 ଫୁଟ୍ ଲମ୍ବର ବାଡା ଭାଙ୍ଗି ତଳକୁ ପଡ଼ିଥିଲା। ତୁରନ୍ତ ଖବର ପାଇ ସଦର ପୋଲିସ ସବ ଇନ୍ ସ ପେକ୍ଟର ସବିତା ନାୟକ ଓ ପ୍ରତାପ ଦଳେଇ ଓ ପଣ୍ଡୁଆ ପୋଲିସ୍ ଘଟଣା ସ୍ଥଲ ରେ ପହଂଚି ଉଦ୍ଧାର କାର୍ଯ ଜାରି ରଖିଥିଲେ।

ଦମକଳ ବାହିନୀ ଏବଂ ଆମ୍ବୁଲାନ୍ସ ରେ ମୃତ ବ୍ୟକ୍ତି ଏବଂ ଗୁରୁତ୍ତର ଆହତ ଙ୍କୁ ଢେଙ୍କାନାଳ ସଦର ମହକୁମା ହସ୍ପିଟାଲ୍ କୁ ନିଆ ଯାଇଛି । ବ୍ରିଜ ର ବାଡ଼ ଭାଙ୍ଗି ଥିବା ଅଂଶ କୁ ତୁରନ୍ତ ମରାମତି କରାନଗଲେ ଅଘଟଣ ଘଟିବାର ଆଶଙ୍କା ପ୍ରକାଶ ପାଇଛି |

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.