Take a fresh look at your lifestyle.

ଆଦର୍ଶ ଶିକ୍ଷକ ଈଶ୍ୱରଚନ୍ଦ୍ର ସାହୁଙ୍କ ପରଲୋକ

0 43

Get real time updates directly on you device, subscribe now.

ଢେଙ୍କାନାଳ  : ଆଦର୍ଶ ଶିକ୍ଷକ ତଥା ଓଡ଼ାପଡ଼ା ବ୍ଲକର ଏବିଓ-କମ୍-ବିଆର୍ସି ଈଶ୍ୱରଚନ୍ଦ୍ର ସାହୁଙ୍କର ଗତ ରବିବାର ରାତି ପ୍ରାୟ ସାଢ଼େ ୪ଟାରେ ହଠାତ୍ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏଠାରେ ସୂଚନା ଯୋଗ୍ୟ ଯେ, ତାଙ୍କର ୫ବର୍ଷର ଏକ ଶିଶୁପୁତ୍ର ଥିବାବେଳେ ଗତବର୍ଷ ଚିକିତ୍ସିତ ଅବସ୍ଥାରେ ପତ୍ନୀଙ୍କର ମୃତ୍ୟୁ ଘଟିଥିଲା । ଗତ କିଛିଦିନ ହେଲା ଈଶ୍ୱରଚନ୍ଦ୍ର ଶାରୀରିକ ଅସୁସ୍ଥ ଥିଲେ ମଧ୍ୟ ସରକାରୀ କାର୍ଯ୍ୟ ସଠିକ୍ ଭାବେ ତୁଲାଉଥିଲେ ।

ଅତୀତରେ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ପଦବୀରେ ଥିବା ସମୟରେ ଗ୍ରୀନ୍ ସ୍କୁଲ ପାଇଁ ସେ ରାଜ୍ୟ ସରକାରଙ୍କ ଠାରୁ ପରସ୍କୃତ ହୋଇଥିଲେ । ଅନେକ ଗରିବ ଛାତ୍ରଛାତ୍ରୀଙ୍କୁ କରୋନା ସମୟରେ ମାଗଣାରେ ଶିକ୍ଷାଦାନ କରିବା ସହ ସରକାରୀ କାର୍ଯ୍ୟାଳୟ ପଦପଦବୀର ଦାୟିତ୍ୱ ତୁଲାଉଥିଲେ ।

ତାଙ୍କର ଶିକ୍ଷାଦାନ, ବ୍ୟକ୍ତିତ୍ୱ ଓ କାର୍ଯ୍ୟଶୈଳୀ ପାଇଁ ଶିକ୍ଷା ବିଭାଗରେ ବେଶ୍ ପରିଚିତ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.