Take a fresh look at your lifestyle.

ଦିନକ ପରେ ପ୍ରସିଦ୍ଧ ଯୋରନ୍ଦା ମହିମା ମେଳା

0 139

Get real time updates directly on you device, subscribe now.

ଯୋରନ୍ଦା : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ଗାଦିରେ ବିଶ୍ବପ୍ରସିଦ୍ଧ ଯୋରନ୍ଦା ମହିମା ମେଳା ଆସନ୍ତା ୧୫ତାରିଖ ଠାରୁ ଆରମ୍ଭ ହେବ ।୧୪୯ ତମ ମହିମା ମେଳା ମହିମା ଧର୍ମର ମହାକୁମ୍ଭ ଭାବେ ପରିଚିତ ମେଳା ଚଳିତ ବର୍ଷ କୋଭିଡ୍ କଟକଣା ମଧ୍ୟରେ ସରକାରଙ୍କ ନିୟମ ତଥା ଜିଲ୍ଲା ପ୍ରଶାସନ ର ନିଷ୍ପତ୍ତି ଅନୁଯାୟୀ ନିରାଡମ୍ବର ଭାବେ ପାଳିତ ହେବ ।

ମେଳାରେ ସମସ୍ତ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଥିବା ବେଳେ କେବଳ ସାଧୁସନ୍ଥ ଓ ମହିମା ଭକ୍ତ ମାନଙ୍କୁ ମେଳାକୁ ଉପଯୁକ୍ତ କୋଭିଡ୍ ପ୍ରମାଣ ପତ୍ର ସହିତ ମେଳାକୁ ଆସିବାକୁ ଅନୁମତି ଦିଆଯାଇଛି । ମେଳାରେ ଗହଳିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଗାଦି ମନ୍ଦିର ,ଅଖଣ୍ଡ ଜ୍ୟୋତି ମନ୍ଦିର ଓ ଅନ୍ୟାନ୍ୟ ଉପାସନା ପୀଠ ଗୁଡିକରେ ପ୍ରଭୁଙ୍କର ସମସ୍ତ ନୀତି ଯଥାବିଧି ଅନୁସାରେ ପାଳନ କରାଯିବ । ବକ୍କଳଧାରୀ ମହିମା ସମାଜ ତରଫରୁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ସତ୍ୟମହିମା ଧର୍ମଧାମ ପରିଚାଳନା ସମିତି ସଭାପତି ବାବା ସୁକଦେବ ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇ ଗାଦି ମନ୍ଦିର, ଧୂନୀମନ୍ଦିର, ଶୂନ୍ୟ ମନ୍ଦିର, ବତୀ ମନ୍ଦିର,ଏକୋଇଶହାତିଆ ମନ୍ଦିର ପୂଜା ନୀତି ପାଇଁ ବାବା ଓ ସାଧୁ ମାନଙ୍କୁ ନିଯୁକ୍ତି ଦିଆଯାଇଛି ।

ଗାଦି ମନ୍ଦିର ମୂଖ୍ୟ ପଶ୍ଚିମ ଦ୍ୱ।ରରେ ବାବା ସୁକଦେବ ଦାସ, ବାବା ଗୋକୁଳ ଦାସ, ବାବା ପ୍ରମୋଦ ଦାସ, ବାବା ବସୁଦେବ ଦାସ, ବାବା ବାଳକ ଦାସ, ବାବା ଅନାଦି ଦାସ, ନବକିଶୋର ଦାସ ଓ ରଘୁ ଭକ୍ତ ଦାୟିତ୍ଵ ନିର୍ବାହ କରିବେ ।

ଉତ୍ତର ଦ୍ୱ।ରରେ ବାବା ମୋହନ ଦାସ, ବାବା ଭାବଗ୍ରାହୀ ଦାସ, ବାବା ଅଚ୍ୟୁତ ଦାସ, ବାବା ଆକୁଳ ଦାସ ପ୍ରମୁଖ ଝାଡନୀତି ପରିଚାଳନା କରିବେ ।

 ପୂର୍ବ ଦ୍ୱାରରେ ବାବା ଅଭୟ ଦାସ, ବାବା ଜଟ୍ଟାଧାରୀ ଦାସ, ବାବା ଅରୁପ ଦାସ, ବାବା ବାବୁଲି ଦାସ ଓ ବାବା ରବି ଦାସ ଝାଡନୀତି ପରିଚାଳନା କରିଥିଲେ ।

ଦକ୍ଷିଣ ଦ୍ୱାରରେ ବାବା ସତ୍ୟବ୍ରତ ଦାସ, ବାବା ଗଜେନ୍ଦ୍ର ଦାସ, ବାବା ସୈ।ମ୍ୟ ଦାସ, ବାବା ବିଭୀଷଣ ଦାସ ଓ ସାଧୁ ବଳରାମ ଦାସ ଝାଡନୀତି ପରିଚାଳନା କରିବେ ।

ଧୂନୀମନ୍ଦିରରେ ବାବା ଲମ୍ବୋଦର ଦାସ, ବାବା ବେଣୁଧର ଦାସ, ବାବା ସତ୍ୟାନନ୍ଦ ଦାସ, ବାବା ଅଶୋକ ଦାସ, ବାବା ମାର୍କଣ୍ଡ ଦାସ ଧୂନୀ ପରିଚାଳନା କରିବେ ।

ଶୂନ୍ୟ ମନ୍ଦିର ରେ ବାବା ଗଙ୍ଗାଧର ଦାସ, ବାବା ନିଗମ ଦାସ ଓ ବାବା ଭରତ ଦାସ ନୀତି କାର୍ଯ୍ୟ କରିବେ । ଅହ୍ମଣିଆ ଭୋଗ ଦାୟିତ୍ଵ ଶୁକଦେବ ବାବା, ଭିକ୍ଷା ଭଣ୍ଡାର ଦାୟିତ୍ଵ ନଟବର ବାବା,ନରୋତ୍ତମ ବାବା ଓ ମୂରଲୀଧର ବାବା ଦାୟିତ୍ଵ ନିର୍ବାହ କରିବେ ।

ସମ୍ପାଦକ ବାବା ନିତ୍ୟାନନ୍ଦ ଦାସ, କମିଟି ସଭ୍ୟ ବାବା ପ୍ରଭାସ ଦାସ, ବାବା ପ୍ରସନ୍ନ ଦାସ,ବାବା ଦୀନବନ୍ଧୁ ଦାସ,ବାବା ନଟବର ଦାସ,ବାବା ଶଙ୍କର ଦାସ,ସାଧୁ ବିଜୟ ଦାସ,ସାଧୁ ଚୈତନ୍ୟ ଦାସ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ତଦାରଖ କରିବେ ।

କୈ।ପୀନଧାରୀ ମହିମା ସମାଜ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବିଭିନ୍ନ ଅଞ୍ଚଳରୁ ସାଧୁସନ୍ଥ ମାନେ ଆସି ମହିମାଗାଦିରେ ପହଞ୍ଚି ଗଲେଣି । ଆସନ୍ତାକାଲି କୈ।ପୀନଧାରୀ ମହିମା ସମାଜ ସଭାପତି ବାବା ରଘୁନାଥ ଦାସ, ଉପସଭାପତି କରୁଣାକର ବାବା, ସମ୍ପାଦକ ସୁଶାନ୍ତ ବାବା, କୋଷାଧ୍ୟକ୍ଷ ଅଭୟ ବାବା, ବୀଣାକର ବାବା ପ୍ରମୁଖ ବରିଷ୍ଠ ସାଧୁ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ‌‌ହୋଇ ନୀତି ନିଯୁକ୍ତି କରାଯିବ ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ପୋଲିସ ପ୍ରଶାସନ ତରଫରୁ ଆଜି ବଜାର ଅଞ୍ଚଳ ରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମସ୍ତ ଅଞ୍ଚଳରେ ବ୍ଲିଚିଙ୍ଗ ପକାଯାଇଛି । ଗାଦି ମନ୍ଦିର ରେ ବାରିକେଟ୍ ନିର୍ମାଣ ହୋଇଛି । ପାନୀୟ ଜଳ ବ୍ୟବସ୍ଥା ହୋଇଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.