Take a fresh look at your lifestyle.

ମୃଦଙ୍ଗା : ପରିଣତ ବୟସରେ ସେବା କରିବାକୁ ନିର୍ବାଚନ ମଇଦାନରେ ଟିପ ମାଝୀ

0 10

Get real time updates directly on you device, subscribe now.

ଭୁବନ : ଭୁବନ ବ୍ଲକର ମୃଦଙ୍ଗା ପଂଚାୟତ ଟି ଢେଙ୍କାନାଳ ଜିଲ୍ଲାର ସୀମାନ୍ତ ଓ ଉପାନ୍ତ ପଂଚାୟତ ଭାବେ ପରିଚିତ । ଅନୁସୂଚିତ ଜାତି ମହିଳା ଙ୍କ ପାଇଁ ସଂରକ୍ଷଣ ଥିବା ଏହି ପଂଚାୟତରେ ଚଳିତଥର ଚନ୍ଦ୍ରିକା ପାତ୍ର (ଖୋଲାବହି) , ଟିପ ମାଝୀ (ମାଛ) ଓ ବସନ୍ତ ମଂଜରୀ ତରାଇ (ସୂର୍ଯ୍ୟ) ଚିହ୍ନରେ ନିର୍ବାଚନ ଲଢୁଛନ୍ତି । ଟିପ ମାଝୀ ଙ୍କ ବୟସ ପାଖାପାଖି ୬୫ ।

ପରିଣତ ବୟସରେ ପଂଚାୟତ ବାସୀଙ୍କ ସେବା କରିବାକୁ ମନବଳାଇ ସରପଂଚ ହେବାକୁ ଆଶା ରଖିଛନ୍ତି । ଶାସକ ବିଜୁ ଜନତା ଦଳ ସମର୍ଥôତ ପ୍ରାର୍ଥୀ ଭାବେ ଟିପ ମାଝୀ ଘରକୁ ଘର ବୁଲି ନବୀନ ସରକାରଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରାଉଥିବା ବେଳେ ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନା , ମିଶନ ଶକ୍ତି ସଂପର୍କରେ ମହିଳା ମାନଙ୍କୁ ବୁଝାଇ ଭୋଟ ଭୀକ୍ଷା କରୁଛନ୍ତି ।

ଏକ ସଂପୂର୍ଣ୍ଣ ଦୁର୍ନୀତିମୁକ୍ତ , ବିକାଶଶୀଳ ତଥା ଆଦର୍ଶ ପଂଚାୟତ ଗଢି ତୋଳିବା ସକାଶେ ତାଙ୍କୁ ଭୋଟ ଦେବାକୁ ନିବେଦନ କରୁଛନ୍ତି । ବିନା ଲାଂଚରେ ବାର୍ଦ୍ଧକ୍ୟ ଭତା , ରାସନକାର୍ଡ ଓ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ମିଳିବ , ଆଗାମୀ ୫ ବର୍ଷ ମଧ୍ୟରେ ମୃଦଙ୍ଗା ପଂଚାୟତରେ ଗୋଟିଏ ବି ଚାଳ ଘର ରହିବନି ବୋଲି ପ୍ରତୃଶୃତି ଦେଇ ପ୍ରଚାର ଚଳାଇଛନ୍ତି ଟିପ ମାଝୀ ।

ବାସନ୍ତ ମଂଜରୀ ତରାଇ ଓ ଟିପ ମାଝୀ ଙ୍କ ମଧ୍ୟରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ହେଉଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.