Take a fresh look at your lifestyle.

ଓଡିଶରେ ମୋହନ ମାହୁନ୍ତ ଙ୍କ ଜୋରଦାର ପ୍ରଚାର

0 5

Get real time updates directly on you device, subscribe now.

ଭୁବନ: ଭୁବନ ବ୍ଲକ ଅନ୍ତର୍ଗତ ନବଗଠିତ ଓଡିଶ ପଂଚାୟତରେ ନିର୍ବାଚନ ବାତାବରଣ ଧିରେଧିରେ ଉସ୍ମ ହେଉଥିବା ବେଳେ ପ୍ରାର୍ଥୀମାନଙ୍କ ପ୍ରଚାର ଜୋରଦାର ହେବାରେ ଲାଗିଛି । ଅଣସଂରକ୍ଷିତଏହି ଆସନରେ ଚଳିତ ଥର ୪ ଜଣ ପ୍ରାର୍ଥୀ ସରପଂଚ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ସେମାନଙ୍କ ମଧ୍ୟରୁ ଭରତ ସେନାପତି (ଖୋଲାବହି) , ମିଲନ ମହାନ୍ତି ( ମାଛ ) ମୋହନ ମାହୁନ୍ତ ( ସୂର୍ଯ୍ୟ) ଓ ସବିତାସେଠୀ (ଖୋଲାଛତା) ଚିହ୍ନରେ ଲଢୁଛନ୍ତି । ଓଡିଶ ଗ୍ରାମରୁ ଭରତ , ମିଲନ ଓ ସବିତା ପ୍ରାର୍ଥୀ ହୋଇଥିବା ବେଳେମୋହନ କୋହ୍ଲଣିଆ ଗ୍ରାମରୁ ପ୍ରାର୍ଥୀ ହୋଇଛନ୍ତି । ସବିତା ଏହା ପୂର୍ବରୁ ଥରେ ସରପଂଚ ଭାବେକାର୍ଯ୍ୟ କରିଥିଲେ ।

ଅନ୍ୟ ସମସ୍ତ ପ୍ରାର୍ଥୀ ହେଉଛନ୍ତି ନବାଗତ । ମୋହନ ମାହୁନ୍ତ ଜଣେ ଶାନ୍ତ , ସରଳ ,ଭଦ୍ର, ନମ୍ରସ୍ୱଭାବର ବ୍ୟକ୍ତି ଓ ଜଣେ ଯୁବ ସମାଜସେବୀ ଭାବେ ଅଂଚଳରେ ପରିଚିତ । ଭୁବନ ବ୍ଲକର ସୀମାନ୍ତ ତଥା ଉପାନ୍ତ ଅଂଚଳ ଭାବେ ପରିଚିତ ଓଡିଶ ପଂଚାୟତଟି ସଦା ସର୍ବଦା ବ୍ଲକ ପ୍ରଶାସନର ଦୃଷ୍ଟି ଆଢୁଆଳରେରହିଥାଏ ।

ପ୍ରତିଘରକୁ ପାଇପ ଯୋଗେ ପାନୀୟଜଳଯୋଗାଣ , ପ୍ରତିସାହିରେ କଂକ୍ରିଟ ରାସ୍ତା ଓ ଆଲୋକୀକରଣ , ମେଧାବୀ ଛାତ୍ରଛାତ୍ରୀ ଙ୍କ ପାଇଁ ପଂଚାୟତ ବୃତି ଯୋଜନା , ଗରିବକନ୍ୟା ବିବାହଯୋଜନା, ଖେଳ ପଡିଆ , କୃଷି ଓ କୃଷକମାନଙ୍କରଉନ୍ନତି, ଯୋଗ୍ୟ ହିତାଧିକାରୀଙ୍କୁ ବିନା ଲାଂଚରେ ଭତା, ରାସନକାର୍ଡ ଓ ଆବାସଯୋଜନାରେ ଘର ଯୋଗାଇ ଦେବାକୁ ପ୍ରତିଶୃତି ଦେଇ ମୋହନ ନିଜର ଜୋରଦାର ପ୍ରଚାରଚଳାଇଛନ୍ତି ।

 

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.