Take a fresh look at your lifestyle.

ଜିଲ୍ଲା ପରିଷଦ ପ୍ରାର୍ଥନୀ ସୁଭଦ୍ରା ପାତ୍ର ଙ୍କ ପାଇଁ ପ୍ରଚାର କଲେ ଜିଲ୍ଲା ମହିଳା ସମ୍ପାଦିକା

0 150

Get real time updates directly on you device, subscribe now.

ଭୁବନ : ଭୁବନ ବ୍ଲକର ୧ ଜୋନ ଜୋନ ଜିଲ୍ଲା ପରିଷଦ ପ୍ରାର୍ଥନୀ ସୁଭଦ୍ରା ପାତ୍ର ଙ୍କ ପାଇଁ ଢେଙ୍କାନାଳ ଜିଲ୍ଲା ବିଜୁ ମହିଳା ଜନତା ଦଳ ସମ୍ପାଦିକା ତିଳୋତମା ଚୌଧୁରୀ ପ୍ରଚାର କରିଛନ୍ତି ।

ଜିଲ୍ଲା ପରିଷଦ ପ୍ରାର୍ଥôନୀ ଏହା ପୂର୍ବରୁ ମାର୍ଥାପୁର ପଂଚାୟତ ର ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇ ଭୁବନ ବ୍ଲକର ଉପାଧ୍ୟକ୍ଷା ହୋଇଥିଲେ ଓ ଶ୍ରୀମତୀ ପାତ୍ର ଥରେ ସରପଂଚ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।

ଲୋକପ୍ରିୟତାର ଶୀର୍ଷରେ ଥିବା ଶ୍ରୀମତୀ ପାତ୍ର ଙ୍କୁ ବିଜେଡି ପ୍ରାର୍ଥୀ କରି ଥିବାରୁ ସଫଳତା ପାଇବା ଏକ ପ୍ରକାର ନିଶ୍ଚିତ ହୋଇଛି ।

ଜିଲ୍ଲା ପରିଷଦ ନିର୍ବାଚନରେ ଏହି ଜୋନରେ ବିଜେଡି ସହିତ ବିଜେପି ର ଦ୍ୱୁମୁଖୀ ପ୍ରିଦ୍ୱନ୍ଦିତା ହେଉଥିବା ବେଳେ ବିଜେଡି ପ୍ରାର୍ଥôନୀ ସୁଭଦ୍ରା ପାତ୍ର ଆଗରେ ରହିଛନ୍ତି ।

ତଥାପି ଜିଲ୍ଲା ବିଜେଡି ମହିଳା ସଂପାଦିକା ତିଳୋତମା ଚୌଧୁରୀ ସୁଭଦ୍ରା ଙ୍କ ମଙ୍ଗଧରି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସହିତ ବିଶେଷ କରି ମିଶନ ଶକ୍ତି ସଂପର୍କରେ ମହିଳା ମାନଙ୍କୁ ଅବଗତ କରାଇ ଶଂଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରୁଛନ୍ତି ଓ ସୁଭଦ୍ରା ପାତ୍ର ଙ୍କ ବିଜୟ ବ୍ୟବଧାନ କୁ ବୃଦ୍ଧି କରିବାରେ ଲାଗିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.