Take a fresh look at your lifestyle.

ଯମୁନାକୋଟ : ପ୍ରଚାରରେ ଆଗୁଆ ସିପ୍ରା ଓ ନଟ

0 28

Get real time updates directly on you device, subscribe now.

ଭୁବନ: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି , ଗାଁଗହଳିରେ ପାର୍ଥୀଙ୍କ ପ୍ରଚାର ସେତିକି ଜମିବାରେ ଲାଗିଛି । ଭୁବନ ବ୍ଲକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଂଚାୟତଭାବେ ପରିଚିତ ଯମୁନାକୋଟ ରେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ପ୍ରଚାର ସରଗରମ ହେବାରେ ଲାଗିଛି ।

ଚଳିତଥର ଏହି ପଂଚାୟତରେ ସରପଞ୍ଚ ପଦବୀ ପାଇଁ ପୂର୍ବତନ ସରପଞ୍ଚ ନଟବରସାହୁ ( ଖୋଲା ବହି ଚିହ୍ନ ) ଙ୍କ ସମେତ ନିରୁପମା ବେହେରା ( ମାଛଚିହ୍ନ ) ଓ ରଂଜନ ବାରିକ ( ସୂର୍ଯ୍ୟଚିହ୍ନ )ରେ ନିର୍ବାଚନ ଲଢୁଛନ୍ତି । ସରପଞ୍ଚ ପାଇଁ ୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ୧୯୮୪ ମସିହାରୁ ୨୦୧୭ ମଧ୍ୟରେ ୪ ଥର ସରପଞ୍ଚ ଓ ୨ ଥର ଜିଲ୍ଲା ପରିଷଦ ସଭ୍ୟଭାବେ ନିର୍ବାଚିତ ହୋଇ ଜଣେ ଅତ୍ୟନ୍ତ ଅଭିଜ୍ଞ ତଥା ଅନୁଭବୀ ରାଜ ନେତାଭାବେ ପରିଚିତ ନଟବର ସାହୁ ଚଳିତଥର ସରପଞ୍ଚ ପ୍ରାର୍ଥୀ ହୋଇ ଆରମ୍ଭରୁ ନିଜର ଜୋରଦାର ପ୍ରଚାର ଚଳାଇଛନ୍ତି ।

କଂଗ୍ରେସ ଦଳରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ନଟ ବାବୁ  ଚଳିତଥର ଶାସକ ଦଳ ସମର୍ଥତ ପ୍ରାର୍ଥୀ ହୋଇ ନିଜର ବିଜୟ ପଥକୁ ସୁଗମ କରିଦେଇଛନ୍ତି । ତ୍ରିମୁଖୀ ପ୍ରତିଦ୍ୱନ୍ଦିତାରେ ଅନ୍ୟ ପ୍ରାର୍ଥୀଙ୍କ ଠାରୁ ନଟ ବାବୁ ପ୍ରଚାରରେ ଢେର ଆଗୁଆ ରହିଛନ୍ତି । ସମିତିସଭ୍ୟା ପ୍ରାର୍ଥନୀ ଭାବେ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଙ୍କ ପତ୍ନୀ ତଥା ପୂର୍ବତନ ସମିତିସଭ୍ୟା ସିପ୍ରାବରାଳ (ଷ୍ଟୁଲଚିହ୍ନ ) ଓ ବୈଜୟନ୍ତୀ ରାଉତ( କେଟିଲଚିହ୍ନ ) ରେ ନିର୍ବାଚନ ଲଢୁଛନ୍ତି ।

ସମିତିସଭ୍ୟା ପ୍ରାର୍ଥନୀ ସିପ୍ରା ବରାଳ ଏହା ପୂର୍ବରୁ ଥରେ ସମିତିସଭ୍ୟା ଓ ଥରେ ଜିଲ୍ଲା ପରିଷଦ ସଭ୍ୟାଭାବେ ନିର୍ବାଚିତ ହୋଇଥିଲେ । ଚଳିତଥର ବ୍ଲକ ଅଧ୍ୟକ୍ଷ ଆସନ ଟି ମହିଳା ଙ୍କ ପାଇ ସଂରକ୍ଷଣ ଥିବା ଯୋଗ  ସିପ୍ରା ବରାଳ ଶାସକଦଳ ସମର୍ଥତ ତଥା ହେଭିୱେଟ ପ୍ରାର୍ଥନୀ ବୋଲି କୁହାଯାଉଛି ।

ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ନିଜ ପତ୍ନୀ ଙ୍କୁ ଅଧ୍ୟକ୍ଷା ଆସନରେ ବସାଇବା ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ଓ ଲୋକଙ୍କ ଆଶୀର୍ବାଦ ଲୋଡୁଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.