Take a fresh look at your lifestyle.

ପ୍ରଧାନ ଶିକ୍ଷୟିତ୍ରୀ ମନୋଜ ମଞ୍ଜରୀ ଲେଙ୍କା ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

0 76

Get real time updates directly on you device, subscribe now.

ଢେଙ୍କାନାଳ : ଯୋରନ୍ଦା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମନୋଜ ମଞ୍ଜରୀ ଲେଙ୍କା ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ଆଲୋକ ରଂଜନ ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।

ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ମିନତି ଦେହୁରୀ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ସୁଧାଂଶୁ ଶେଖର ରାଉତ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ମହିମା ମହାବିଦ୍ୟାଳୟ ର ଅଧ୍ୟାପକ ପ୍ରହଲ୍ଲାଦ ସ୍ବାଇଁ, ଅବସର ପ୍ରାପ୍ତ କର୍ମଚାରୀ ସଂଘ ର ସଭାପତି ମଙ୍ଗୁଳି ଚରଣ ବିଶ୍ବାଳ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଂସାର ଭୋଇ, ଜ୍ୟୋତି ର୍ମୟୀ ନାଥ, ସିଆରସିସି ଅଭୟ କୁମାର ସାହୁ ଉପସ୍ଥିତ ହୋଇ ଶିକ୍ଷୟିତ୍ରୀ ଙ୍କ ଗୁଣଗାନ କରିଥିଲେ।

ଷଡଙ୍ଗି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ଅନିମା ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ସ୍ବାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ।

ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ନିହାରବାଲା ରାଉତ, ଦିପ୍ତିମୟୀ ଲେଙ୍କା, ଶିକ୍ଷକ ନଗେନ ନାଥ, ଟୁଟୁ ପାଣିଗ୍ରାହୀ, ଶିକ୍ଷୟିତ୍ରୀ ରୀନା ସେଠୀ , ସିଆର ସିସି ପ୍ରତାପ ଚନ୍ଦ୍ର ବାରିକ ବିଦାୟୀ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଗୁଣଗାନ କରିଥିଲେ।

ଅବସର ପ୍ରାପ୍ତ କର୍ମଚାରୀ ସଂଘ, ରାଜ୍ୟ ଓ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସଂଘ, ଯୋରନ୍ଦା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଯୋରନ୍ଦା ପାଟଣା ପ୍ରାଥମିକ ବିଦ୍ୟାଳୟ, ଯୋରନ୍ଦା ସରକାରୀ ଉଚ୍ଚ ବିଦ୍ୟାଳୟ, ମହିମା ବାଳିକା ଉଚ୍ଚ ବିଦ୍ୟାଳୟ, ଦଧିସିଙ୍ଗା ପ୍ରାଥମିକ ବିଦ୍ୟାଳୟ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସଂଗଠନ, ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଉପଢୌକନ ଓ ଉପହାରଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଯୋରନ୍ଦା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସକ୍ରିୟ ସହଯୋଗ କରିଥିଲେ। ରାଜ୍ୟ ଓ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସଂଗଠନ ପକ୍ଷରୁ ସଂଗଠନ ସମ୍ପାଦକ ହରିହର ସାହୁ ଙ୍କ ସମ୍ପାଦନା ରେ ମୂଖପତ୍ର ମନୋଜ ମଞ୍ଜରୀ କୁ ମୁଖ୍ୟ ଅତିଥି ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଦ୍ଵାରା ଉନ୍ମୋଚିତ କରାଯାଇଥିଲା।

ଏହି ସଭା କୋଭିଡ ପ୍ରୋଟୋକଲ ଅନୁଯାୟୀ ଆଜି ଅନୁଷ୍ଠିତ ହୋଇଯାଇଅଛି।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.