Take a fresh look at your lifestyle.

ଢେଙ୍କାନାଳ ଡାକ ମଣ୍ଡଳ ତରଫରୁ ଡାକ ଜୀବନ ବୀମା ଦିବସ ପାଳିତ

0 115

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ଡକାମଣ୍ଡଳ କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଢେଙ୍କାନାଳ ପ୍ରଧାନ ଡାକଘର ପ୍ରଶିକ୍ଷଣ କେନ୍ଦ୍ରରେ ଅନଲାଇନ  ଗୁଗୁଲ ମିଟ ମାଧ୍ୟମରେ ଡାକ ଜୀବନ ବୀମା ଦିବସ ପାଳିତ ହୋଇଯାଇଅଛି। ଭାରତୀୟ ଡାକ ବିଭାଗ ଡାକ ଜୀବନ ବୀମା ସେବା ୧ ଫେବୃଆରୀ ୧୮୮୪ ମସିହାଠାରୁ ଆରମ୍ଭକରି ଆଜକୁ ପ୍ରାୟ ୧୩୮ ବର୍ଷ ଧରି ବୀମା ସେବା ତାର ଗ୍ରାହକ ମାନଙ୍କୁ ଯୋଗାଇ ଦେଇ ଆସୁଅଛି।

 ଏହି ଡାକ ଜୀବନ ବୀମା ଦିବସରେ ଢେଙ୍କାନାଳ ଡକାମଣ୍ଡଳର ଡାକ ଅଧିକ୍ଷକ ଜଗଦୀଶ ଦାଶ ପ୍ରଥମେ ସମସ୍ତ ବିଭାଗର ଅଧିକାରୀ , କର୍ମଚାରୀ ଏବଂ ସମସ୍ତ ପ୍ରିୟ ବୀମାଧାରୀ ମାନଙ୍କୁ ଅଭିନନ୍ଦନ ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀ ଦାଶ  ଯେ କୌଣସି ଜୀବନ ବୀମା ଯୋଜନା କରିବା ପୂର୍ବରୁ ଡାକ ଜୀବନ ବୀମା ବିଷୟରେ ଚିନ୍ତା କରିବାକୁ ଅନୁରୋଧ କରିଥିଲେ |

PLI ବର୍ତ୍ତମାନ ୫୦ ଲକ୍ଷ ପର୍ଯ୍ୟନ୍ତ ବୀମା  କଭର କରୁଥିବା ବେଳେ ଗ୍ରାମୀଣ ଡାକ ଜୀବନ ବୀମା ୧୦ ଲକ୍ଷ ପର୍ଯ୍ୟନ୍ତ ବୀମା କଭର କରୁଅଛି |  ଏହା ଭାରତ ସରକାରଙ୍କ ଏକ କଲ୍ୟାଣକାରୀ ଯୋଜନା ଏବଂ ଅନ୍ୟ ବୀମା କମ୍ପାନୀଗୁଡିକ ତୁଳନାରେ କମ୍ ପ୍ରିମିୟମ୍ ରେ ଅଧିକ ବୋନସ୍ ଗ୍ୟାରେଣ୍ଟି ଦେଇଥାଏ ।

ସରକାରୀ ସଂସ୍ଥା, ବ୍ୟାଙ୍କ କର୍ମଚାରୀ,ବିଭିନ୍ନ ବୃତ୍ତିଗତ ବର୍ଗ ( Professional category) , BSE NSE ଅଧୀନରେ ଆସୁଥିବା ସଂସ୍ଥା ର କର୍ମଚାରୀ ମାନେ ମଧ୍ୟ ଏବେ ଡାକ ଜୀବନ ବୀମା ର ସୁବିଧା ଉଠାଇପାରିବେ ଏବଂ ଗ୍ରାମଚଳରେ ସମସ୍ତେ ଗ୍ରାମୀଣ ଡାକ ଜୀବନ ବୀମାର ସୁବିଧା ର ଲାଭ ଉଠାଇ ପାରିବେ।

ବର୍ତ୍ତମାନ ସମସ୍ତ ଡାକଘରଗୁଡ଼ିକ ଲିଙ୍କ୍ ହୋଇଯାଇଥିବା ସହିତ  ସ୍ମାର୍ଟଫୋନ୍ ମାଧ୍ୟମରେ ଜଣେ ଅନଲାଇନ୍  ପ୍ରିମିୟମ ଦେୟ କରିବାର ସୁବିଧା ଉପଲବ୍ଧ | ଢେଙ୍କାନାଳ ଡାକ ମଣ୍ଡଳ ଅଧିନସ୍ଥ  ପାଖାପାଖି ୫୦୦ ଡାକ ଘରେ ଏହି ସୁବିଧାର ଉପଲବ୍ଧ ଆଉ ଏହାର ଲାଭ ଉଠାଇ ପାରିବେ। ଢେଙ୍କାନାଳ ଡାକ ମଣ୍ଡଳ ଅଧିନସ୍ଥ ଢେଙ୍କାନାଳ ତଥା ଅନୁଗୁଳର ଜିଲ୍ଲାର ଦୁଇଟି କେନ୍ଦ୍ରୀୟ ପ୍ରକ୍ରିୟାକରଣ କେନ୍ଦ୍ର ତରଫରୁ ଏକ ତ୍ୱରିତ  ଦାବି ସମାଧାନ କାର୍ଯ୍ୟକ୍ରମ କରାଯାଇ ବିଭିନ୍ନ ପରିପକ୍ୱ ରାଶି ତଥା ମୃତ୍ୟକାଳୀନ ଦାବିର ତ୍ୱରିତ ଦାବି ଅର୍ଥ ଆବେଦନକାରୀ ମାନଙ୍କୁ ପ୍ରଦାନ କରାଯାଇଥିଲା।  ଡାକ ଜୀବନ ବୀମା ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପାଇଁ ନିକଟସ୍ଥ ଡାକଘରେ ଯୋଗାଯୋଗ କରିପାରିବେ।

ଏହି ଅବସରରେ ଢେଙ୍କାନାଳ ଡାକ ମଣ୍ଡଳର ଡାକ ଅଧିକ୍ଷକ  ଜଗଦୀଶ ଦାଶ, ଅଫିସ ସୁପରଭାଇଜର ଶୁଭେନ୍ଦ୍ର ଦାସ , ଢେଙ୍କାନାଳ ପ୍ରଧାନ ଡାକଘରର ଡାକପାଳ ଶୁରେଶ ଚନ୍ଦ୍ର ସ୍ୱାଇଁ,ସହାୟକ ଡାକପାଳ ଅଶୋକ ନନ୍ଦ, ପି.ଏଲ.ଆଇ. ଗ୍ରୁପ ଲିଡ଼ର   ଦେବାଶିଷ ସିଂ, ବ୍ୟବସାୟିକ ଅଧିକାରୀ   ଚନ୍ଦ୍ର ଶେଖର ସିଂ ଏବଂ ଜନ ସମ୍ପର୍କ ନିରୀକ୍ଷକ  ଦୀପ୍ତି ରଞ୍ଜନ ସାମନ୍ତ ଉପସ୍ଥିତ ଥିଲେ।

ଏତତ୍ ବ୍ୟତୀତ ଢେଙ୍କାନାଳ ତଥା ଅନୁଗୁଳ ଜିଲ୍ଲାର ବିଭିନ୍ନ ସରକାରୀ ତଥା ବେସରକାରୀ ସଂସ୍ଥାର ଅଧିକାରୀ ଏବଂ କର୍ମଚାରୀ ଙ୍କ ସମେତ ବହୁ ସମ୍ମାନାନୀୟ ଗ୍ରାହକ ମାନେ ଅନଲାଇନ  ଗୁଗୁଲ ମିଟ ମାଧ୍ୟମରେ ଉପସ୍ଥିତ ଥିଲେ। ଏହି ସଭାଟିକୁ  ଦୀପକ ଲେଙ୍କା ପରିଚାଳନା କରିଥିଲେ ଏବଂ
ଶେଷରେ ପି.ଏଲ.ଆଇ. ଗ୍ରୁପ ଲିଡ଼ର   ଦେବାଶିଷ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.