Take a fresh look at your lifestyle.

ବଜେଟ ପ୍ରତିକ୍ରିୟା: ଗଧକୁ ଗାଜରର ଲୋଭ ଦେଖାଇଛି ବଜେଟ

0 137

Get real time updates directly on you device, subscribe now.

ଭୁବନେଶ୍ଵର: କୃଷକ ଆନ୍ଦୋଳନର ଅପମାନ ସରକାର ଭୁଲିପାରି ନାହାନ୍ତି । ସେଥିପାଇଁ ବଜେଟରେ ସେମାନଙ୍କ ନାଁ ସୁଦ୍ଧା ଧରିବାକୁ ଉଚିତ ମଣିନାହାନ୍ତି । ଓଲଟା ୨.୩୭ ଲକ୍ଷ କୋଟି ଟଙ୍କା ଯାହା ସେମାନଙ୍କୁ ଉତ୍ପାଦର ଏମଏସପି ହିସାବରେ ମିଳୁଛି, ସେଥିରୁ ବାହାଦୁରୀ ନେବାକୁ ଚେଷ୍ଟା କରିଛନ୍ତି ।

ଏକଲକ୍ଷ କୋଟିର ଏଗ୍ରୀକଲ୍ଚର ଡେଭଲପମେଣ୍ଟ ଫଣ୍ଡରୁ ମାତ୍ର ଅଢେଇ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏଥର ଏବାବଦରେ ବଜେଟ ଚୁପ ଅଛି । କିଶାନ ସମ୍ମାନ ନିଧି ହ୍ରାସ ହୋଇଛି, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ବାବଦରେ ବି ଚୁପ । ବେକାରୀ ସମସ୍ୟା ଉଗ୍ରରୂପ ଧାରଣ କରିଥିବାବେଳେ ବର୍ଷକୁ ଦୁଇ କୋଟି ନିଯୁକ୍ତିର କଥା କହିଥିବା ସରକାର ଏବେ ପାଞ୍ଚ ବର୍ଷରେ ୬୦ ଲକ୍ଷ ଅର୍ଥାତ ବର୍ଷକୁ ବାରଲକ୍ଷ ନିଯୁକ୍ତିର କଥା କହିଛି ।

ବିମୁଦ୍ରୀକରଣ ଓ ଜିଏସଟି ଯୋଗୁଁ ଅସଂଗଠିତ କ୍ଷେତ୍ରର ନିଯୁକ୍ତି ତଥା ରୋଜଗାର ପଞ୍ଚାଅଶୀ ପ୍ରତିଶତ କମିଛି, ଯାହାକୁ ବଜେଟ ଷ୍ଟାର୍ଟଅପ ମାଧ୍ୟମରେ ଭରଣା କରିବାକୁ ଯାଇ ବାସ୍ତବରେ କର୍ପୋରେଟ ହାତକୁ ଟେକି ଦେଇଛି ।

ଚଳିତ କୋଭିଡ ବର୍ଷରେ ମାତ୍ରାଧିକ ସମ୍ପତ୍ତି ଠୁଳ କରିଥିବାବେଳେ କର୍ପୋରେଟ ଟିକସ ଅଠରରୁ ପନ୍ଦର ପ୍ରତିଶତ ଓ ଏହା ଉପରେ ସରଚାର୍ଜ ବାରରୁ ସାତ ପ୍ରତିଶତକୁ ଖସାଇ ସରକାର କର୍ପୋରେଟ ଜଗତକୁ ମାଲାମାଲ କରିଦେଇଛି । ବଜେଟ ଗଧକୁ ଗାଜର ଦେଖାଇ ପ୍ରଲୋଭିତ କରିବାକୁ ଚେଷ୍ଟା କରିଛି ବୋଲି କେନ୍ଦ୍ର ବଜେଟ ଉପରେ କେନ୍ଦ୍ରୀୟ ଗାନ୍ଧୀ ସ୍ମାରକ ନିଧି ଟ୍ରଷ୍ଟୀ ଡା॰ ବିଶ୍ଵଜିତ ପ୍ରତିକ୍ରିୟା ରଖିଛନ୍ତି । 

ସେହିପରି ରାଷ୍ଟ୍ରୀୟ ଯୁବା ସଙ୍ଗଠନ ରାଷ୍ଟ୍ର ସମିତି ସଦସ୍ୟ ମାନସ ପଟ୍ଟନାୟକ ପ୍ରତିକ୍ରିୟା ରଖି ,ମୋଦୀ ସରକାରଙ୍କର ସାଧାରଣ ବଜେଟ ୨୦୨୨ ଯୁବ ବିରୋଧୀ । ଆଜି ଦେଶରେ ବେରୋଜଗାରୀ ଦର ୬.୬ % (ଶତକଡା)ରେ ପହଞ୍ଚିଛି ଯାହା ଗତ ଚାରି ଦଶନ୍ଧିରେ ସର୍ବାଧିକ। ୮୪ % (ଶତକଡା) ପରିବାର ରୋଜଗାର ହରାଇଥିବା ବେଳେ, ୪.୬ କୋଟି ଲୋକ ଦାରିଦ୍ର୍ୟକୁ ଠେଲି ହୋଇଯାଇଛନ୍ତି ।

ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସରେ ୧୧୬ ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୧୦୪ । ଧନୀ ଭାରତୀୟଙ୍କ ଆୟ ୧୩ ଲକ୍ଷ କୋଟି ବୃଦ୍ଧି ପାଇଥିବା ବେଳେ, ୧୫ କୋଟି ପରିବାରରେ ଆୟ ୫୩ % (ଶତକଡା) ହ୍ରାସ ପାଇଛି ଯାହା ମୋଦି ସରକାରଙ୍କ ସବକା ସାଥ ସବକା ବିକାଶର ନକଲି ଚିତ୍ରକୁ ପଦାରେ ପକାଇଛି ।

ଗୋଟିଏ ପଟେ ଦେଶର କୋଟି କୋଟି ବେକାର ଯୁବକ ଯୁବତୀ ରୋଜଗାର ପାଇଁ ହନ୍ତସନ୍ତ ହେଉଥିବା ବେଳେ ଅନ୍ୟପକ୍ଷରେ ମୋଦି ସରକାର ହାତଗଣତି ପୁଞ୍ଜିପତିକୁ ରାଷ୍ଟ୍ରାୟତ କମ୍ପାନୀ ବିକି ଦେଶକୁ ତଳିତଳାନ୍ତ କରିବାରେ ଲାଗିଛନ୍ତି। ପୂର୍ବ ବଜେଟରେ ବର୍ଷକୁ ୨ କୋଟି ନିଯୁକ୍ତିର ପ୍ରତିଶ୍ରୁତି ଦେଇଥିବା ଏହି ସରକାର ଚଳିତ ବଜେଟରେ ପାଞ୍ଚ ବର୍ଷରେ ୬୦ ଲକ୍ଷ ଅର୍ଥାତ୍ ବର୍ଷକୁ ୧୨ ଲକ୍ଷ ନିଯୁକ୍ତିକୁ ଖସି ଆସିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.