Take a fresh look at your lifestyle.

ଖୋ-ଖୋ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

0 38

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କାଣ୍ଡବିନ୍ଧା ସ୍କୁଲ୍ ପଡିଆରେ ସତ୍ୟରଞ୍ଜନ ସ୍ପୋର୍ଟସ୍ ଏକାଡେମୀ ଆନୁକୂଲ୍ୟରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଢେଙ୍କାନାଳ ଖୋ-ଖୋ ଟିମ୍ର ଜାତୀୟ ଓ ୟୁନିଭର୍ସିଟି ଖେଳିଥିବା ଖେଳାଳୀମାନଙ୍କୁ ପ୍ରାଇଜ୍ ବଣ୍ଟନ କରାଯାଇ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିବା ସହିତ ଅନ୍ୟ ଖେଳାଳୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।

ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚାମ୍ବର୍ସ ଅଫ୍ କମର୍ସ ସଭାପତି ରାଜେନ୍ଦ୍ର କୁମାର ଦାସ, ସମ୍ମାନନୀୟ ଅତିଥି ଭାବେ ଉପସଭାପତି ରାଜକିଶୋର ବେହେରା, ଲ’କଲେଜ୍ ସଭାପତି ମାନସ ରଂଜନ ହୋତା, କାଣ୍ଡବିନ୍ଧା ଗ୍ରାମ ସଭାପତି ଜାନକୀଦତ ଦଳବେହେରା, କାଣ୍ଡବିନ୍ଧା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ସରତ କୁମାର ରାଉତ, କାଣ୍ଡବିନ୍ଧା ପ୍ରାଇମେରୀ ସ୍କୁଲ୍ ପ୍ରଧାନଶିକ୍ଷକ ସର୍ବେଶ୍ୱର ସାହୁ ପ୍ରମୁଖ ଯୋଗଦେଇ ଖେଳାଳୀମାନଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ ।

ଏହି ଖୋ-ଖୋ ଖେଳାଳୀମାନଙ୍କ ମଧ୍ୟରୁ ଶେଷଦେବ ନାୟକ, ଗୁଲ୍ସନ୍ ଓଝା, ଚନ୍ଦନ କୁମାର ସାହୁ ୟୁନିଭର୍ସିଟି ତରଫରୁ ଏବଂ ସୌମ୍ୟଜିତ୍ ସାହୁ ଓ କୁନା ବେହେରା ସବ୍-ଜୁନିଅର ଜାତୀୟ ତରଫରୁ ଖେଳିବାକୁ ଯାଇଥିଲେ । ଏହି ସର୍ମ୍ବର୍ଦ୍ଧନା ଉତ୍ସବକୁ ଏକାଡେମୀର ସଂପାଦକ ରଞ୍ଜନ କୁମାର ସାହୁ ଓ ସଭାପତି ସତ୍ୟବ୍ରତ ପାତ୍ର ସଭା ପରିଚାଳନା କରିଥିଲେ ।

ଶେଷରେ ସସ୍ମିତା ସ୍ୱାଇଁ ଧନ୍ୟବାଦ ଦେଇଥିଲେ । ଏହି ସଭାକୁ ଏକାଡେମୀର କାର୍ଯ୍ୟକାରୀ ସଦସ୍ୟ ଅଚୁ୍ତ ସାହୁ, ପ୍ରକାଶ ସ୍ୱାଇଁ, ମଳୟ ରାଉତ, ଟୁଲୁ ସାହୁ, ସଚି ବେହେରା, ସପନୀ ଦାସ, ନର୍ମଦା ମହାପାତ୍ର ଉପସ୍ଥିତ ରହି ସହଯୋଗ କରିଥିଲେ ।

- Advertisement -

Leave A Reply

Your email address will not be published.