Take a fresh look at your lifestyle.

ନୀଳାଚଳ ଇସ୍ପାତ ନିଗମରେ ସମସ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦେବା କୁ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡାଇଙ୍କ ଦାବୀ

0 88

Get real time updates directly on you device, subscribe now.

କଳିଙ୍ଗନଗର : ଯାଜପୁର ଜିଲ୍ଲା କଳିଙ୍ଗନଗରଠାରେ ପ୍ରତିଷ୍ଠିତ ଏକମାତ୍ର ସରକାରୀ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମରେ ସମସ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦେବା ସହ ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବାକୁ  କୁ ପୂର୍ବତନ ମନ୍ତ୍ରୀ ଡଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଦାବୀ କରିଛନ୍ତି । ନୀଳାଚଳ ଇସ୍ପାତ ନିଗମ ନିକଟରେ ୨୫୦୦ ଏକର ଜମି, ୮୨୪ ହେକ୍ଟର ଲୌହ ଖଣି ଏବଂ ଆବଶ୍ୟକୀୟ ଭିତ୍ତିଭୂମି ଥିବା ବେଳେ ଟାଟା କଂପାନୀ ଭଳି ଏକ ବଡ ଶିଳ୍ପ ସଂସ୍ଥା ଏହାକୁ ଅଧିଗ୍ରହଣ କରିଥିବାରୁ ଏହାର ଉତ୍ପାଦନ କ୍ଷମତା ୧.୧ ମିଲିୟନ ଟନରୁ ବଢାଇ ୧୦ ମିଲିୟନ ଟନ କରିବା ସହ ଆଞ୍ଚଳିକ ଲୋକଙ୍କୁ ନିଯୁକ୍ତି ଓ ବ୍ୟବସାୟିକ କ୍ଷେତ୍ରରେ ଅଗ୍ରାଧିକାର ଦେବାକୁ ମଧ୍ୟ ଡଃ. ଘଡାଇ ଟାଟା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି ।

୨୦୨୦ ମସିହା ମାର୍ଚ୍ଚ ମାସଠାରୁ ବନ୍ଦହୋଇ ରହିଥିବା ବେଳେ ଏହାର ପୁଞ୍ଜି ପ୍ରତ୍ୟାହାର କରି କେନ୍ଦ୍ର କ୍ୟାବିନେଟ କମିଟି ସର୍ବାଧିକ ନିଲାମ ଡାକିଥିବା ଟାଟା ଷ୍ଟିଲ୍ ଲଙ୍ଗ ପ୍ରଡକ୍ଟ ଲିମିଟେଡକୁ ୧୨,୧୦୦ କୋଟି ଟଙ୍କାରେ ବିକ୍ରି କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହାକୁ ଘରୋଇ କଂପାନୀକୁ ନ ଦେଇ କୌଣସି ରାଷ୍ଟ୍ରାୟତ ଉଦ୍ୟୋଗକୁ ଦେବା ପାଇଁ କଳିଙ୍ଗ ନଗର ମଜଦୁର ୟୁନିୟନ ଏବଂ ଅନ୍ୟାନ୍ୟ ସଂଗଠନମାନେ ସଦା ସର୍ବଦା ଦାବୀ ରଖିଆସିଥିବା ବେଳେ ପରିଶେଷରେ କେନ୍ଦ୍ର ସରକାର ଏହାକୁ ନିଲାମ ମାଧ୍ୟମରେ ଘରୋଇକରଣ କରିଛନ୍ତି । 

ଏହାଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ମଧ୍ୟ ରାଜସ୍ୱ ବୃଦ୍ଧି ହୋଇ ପା ବର୍ତମାନ ପରିପ୍ରେକ୍ଷୀରେ ନୀଳାଚଳ ଇସ୍ପାତ ନିଗମକୁ ଆଜି ପର୍ଯ୍ୟନ୍ତ ଯୋଗଦାନ ଦେଇ ଆସିଥିବା ପ୍ରତ୍ୟକ୍ଷ ଭାବରେ ନିଯୁକ୍ତ ୧୫୫୦ ଏବଂ ପରୋକ୍ଷ ଭାବରେ ନିଯୁକ୍ତ ୩୦୦୦ କର୍ମଚାରୀଙ୍କୁ ନିଯୁକ୍ତି ଦେବା ଏବଂ ବକେୟା ଦେୟ ପ୍ରଦାନ କରିବା ସହିତ ଠିକାଦାରୀ କରୁଥିବା ସମସ୍ତ ଆଂଚଳିକ ଲୋକମାନଙ୍କୁ ସୁଯୋଗ ଦେଇ ତୁରନ୍ତ କାରଖାନାକୁ କାର୍ଯ୍ୟକ୍ଷମ କରିବା ପାଇଁ ପୂର୍ବତନ ମନ୍ତ୍ରୀ ତଥା କଳିଙ୍ଗନଗର ମଜଦୁର ୟୁନିୟନର ଉପଦେଷ୍ଟା ଡଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଏକ ପ୍ରେସ ବିବୃତିରେ କେନ୍ଦ୍ର ସରକାର ଏବଂ ଟାଟା ଷ୍ଟିଲ୍ ଲଙ୍ଗ ପ୍ରଡକ୍ଟ ଲିମିଟେଡକୁ ଅନୁରୋଧ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.