Take a fresh look at your lifestyle.

ସାମ୍ବାଦିକଙ୍କ ପିତୃ ବିୟୋଗ

0 28

Get real time updates directly on you device, subscribe now.

କୋଣାର୍କ: କୋଣାର୍କର ସାମ୍ବାଦିକ ଅଜିତ କୁମାର ମଲ୍ଲିକଙ୍କ ପିତୃ ବିୟୋଗ । କୋଣାର୍କରେ ରାଜ୍ୟ ସରକାରଙ୍କ ଅନୁସୂଚୀତ ଜନଜାତି ଓ ଅନୁସୂଚୀତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ ସ୍କୁଲ ଶିକ୍ଷକତା ବୃତ୍ତି ଆରମ୍ଭ ଓ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଅବସରପ୍ରାପ୍ତ ଶିକ୍ଷକ ରାଜକିଶୋର ମଲ୍ଲିକ(୭୨ବର୍ଷ)ଙ୍କର ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ୩୦ତାରିଖ ପ୍ରତ୍ୟୁଷ ରେ ପରଲୋକ ହୋଇଯାଇଛି ।

ଗତ ବର୍ଷ ଡିସେମ୍ବର ମାସ ୨୧ ତାରିଖ ପ୍ରତୁ୍ୟଶରେ ତଳେ ପଡି ଯାଇ ଗୁରୁତର ହୋଇ ପଡିଥିଲେ । ସଙ୍ଗେ ସଙ୍ଗେ ପୁତ୍ର ଅଜିତ ୧୦୮ ଆମ୍ବୁଲାନ୍ସ ଯୋଗେ ପୁରୀ ନେଇ ଯାଇଥିଲେ ଅବସ୍ତା ସଂକଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ କଟକ ଏସିବି ମେଡିକାଲକୁ ପଠାଇ ଦେଇଥିଲେ । କଟକ ଏସିବିରେ ୨୧ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଚିକିତ୍ସା ହୋଇଥିଲେ ମଧ୍ୟ ସେ ବାକଶକ୍ତି ହରାଇବା ସହ ଶଯ୍ୟାସାଇ ହୋଇପଡିଥିଲୋ ।

କୋଣାର୍କ ଏନଏସି ଅନ୍ତର୍ଗତ ୧୦ ନମ୍ବର ୱାଡର ଭଗବତୀ ବିହାର ସ୍ଥିତ ନିଜସ୍ୱ ବାସଭବନରେ ରହି ଚିକିତ୍ସାଧୀନ ଅବସ୍ଥାରେ ଗତ ୩୦ତାରିଖ ପ୍ରତ୍ୟୁଷ ରେ ତାଙ୍କର ପରଲୋକ ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ଅଜିତ, ପୁତ୍ରବଧୁ ସୁମତୀ, ହରପି୍ରୟା କନ୍ୟା ଝରଣା, ବନ୍ଦନା, ଜ୍ୱାଇଁ କୃଷ୍ଣଚନ୍ଦ୍ର, ଚିତ୍ତରଞ୍ଜନ, ନାତି ବାପୁନି, ନାତୁଣୀ ଗୁଡୁଲି, ରାନୀ, ଶୋନୀ, ବେବି ଓ ନାତି ଅର୍ଣ୍ଣଭ ଉପସ୍ତିତ ଥିଲେ ।

ଏହି ଖବର ପ୍ରଚାରିତ ହେବା ପରେ ସହସ୍ରାଧିକ ଛାତ୍ରଛାତ୍ରୀ ଓ ଶୁଭେଚ୍ଛୁ ଶେଷ ଦର୍ଶନ କରିବା ସହ ଶବାଧାରରେ ମାଲ୍ୟାର୍ପଣ କରିଥିଲେ । ପୁରୀ ସ୍ୱର୍ଗଦ୍ୱାରଠାରେ ଶେହକୃତ୍ୟ ସଂପନ୍ନ କରାଯାଇଥିଲା । ଜ୍ୟେଷ୍ଠ ପୁତ୍ର ଅଜିତ ମୁଖାଗ୍ନି ଦେଇଥିଲେ । ଦିବଗଂତ ରାଜକିଶୋର ଜଣେ ଛାତ୍ରବତ୍ସଳ ମିଷ୍ଠଭାଷି ଶିକ୍ଷକ ଭାବେ ଛାତ୍ରଛାତ୍ରୀଙ୍କ ନିକଟରେ ବେଶ ପରିଚିତ ଥିଲୋ । ତାଙ୍କ ମୃତ୍ୟୁ ରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.