Take a fresh look at your lifestyle.

ଢେଙ୍କାନାଳ ରେ ରାଷ୍ଟ୍ରପିତା ଙ୍କ ଅପମାନ ବିରୋଧ ରେ ବିକ୍ଷୋଭ

0 40

ଢେଙ୍କାନାଳ :ଢେଙ୍କାନାଳ ରେ ଗାନ୍ଧୀ ଅଧ୍ୟୟନ ଓ ସମାଜ ବିକାଶ ପ୍ରତିଷ୍ଠାନ ଏବଂ ଯୁସୁଫ ମେହେର ଅଲି ସେଣ୍ଟର ପକ୍ଷରୁ ସାମ୍ପ୍ରଦାୟିୟକ ଶକ୍ତି ବିରୋଧ ରେ ଏକ ବିକ୍ଷୋଭ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି |  ଗାନ୍ଧୀ ଅଧ୍ୟୟନ କେନ୍ଦ୍ରର ସଦସ୍ୟମାନେ ସ୍ଥାନୀୟ ବସଷ୍ଟାଣ୍ଡ ସ୍ଥିତ ଗାନ୍ଧୀପାର୍କରେ ଧାରଣା ଦେବା ସହ ବିଭିନ୍ନ ନାରା ଲଗାଇଥିଲେ |

ମହାତ୍ମା ଗାନ୍ଧୀ ହେଉଛନ୍ତି ଜଣେ ବିରଳ ମାନବ | ତେବେ ମୃତ୍ୟୁ ସମୟରେ ସେ ରାମଙ୍କ ନାମ ହିଁ ଜପିଥିଲେ | ଏଣୁ ସେ ଜଣେ ସଚ୍ଚା ହିନ୍ଦୁ ବୋଲି ଜଣାପଡ଼ନ୍ତି | କିନ୍ତୁ ଆଜି କ୍ଷମତାଶୀଳ ବ୍ୟକ୍ତିମାନେ ଗାନ୍ଧିଜୀଙ୍କ ଆଦର୍ଶକୁ ଦେଶରୁ ବିତାଡିତ କରିବାରେ ଚକ୍ରାନ୍ତ କରୁଛନ୍ତି ବୋଲି ବକ୍ତା ମନେ ଅଭିଯୋଗ କରିଥିଲେ |

ସରୋଜ ଶତପଥୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ପ୍ରତିବାଦ ସଭା ରେ ବରିଷ୍ଠ ସାମ୍ବାଦିକ ଶିଶିର ଶତପଥୀ, ବରିଷ୍ଠ ଆଇନଜୀବି ମନୋରଞ୍ଜନ ପଟ୍ଟନାୟକ, ସୁରେନ୍ଦ୍ର ଦଳେଇ, ସରୋଜ ଶତପଥୀ, ପଙ୍କଜ ନାୟକ, ନିର୍ମଳ ମିଶ୍ର, ଗୋପାଳ ସାହୁ, ମାନସ ପାତ୍ର, ସର୍ବେଶ୍ୱର ମଲ୍ଲିକ, ଭାରତ ଦାସ, ଲଳିତ ମୋହନ, ରୁଦ୍ର ପ୍ରସାଦ ଶରଣ, ଚିନ୍ତାମଣି ମହାନ୍ତି, ରାଜୀବ କର ପ୍ରମୁଖ ଉଦବୋଧନ ଦେଇ |ଗାନ୍ଧିଜୀଙ୍କ ଆଦର୍ଶ ଓ ଅନୁଶାସନ ଆଜି ସାରା ବିଶ୍ୱକୁ ଏକ ବାର୍ତ୍ତା ଦେଇଛି | ଯାହା ଫଳରେ ବିଶ୍ୱର ପ୍ରତିଟି କୋଣରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି | ହେଲେ ସମୟ ବଦଳିବା ସହିତ ନିଜ ଜନ୍ମଭୂମିରେ ଗାନ୍ଧିଜୀଙ୍କୁ ହେୟ ମଦେଶକୁ ସ୍ୱତନ୍ତ୍ରତା ପ୍ରଦାନ କରିବାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅବଦାନ ଅତୁଳନୀୟନେ କରାଯାଉଛି |

କେବଳ ସେତିକିନୁହେଁ ଖୋଦ କେନ୍ଦ୍ର ସରକାର ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ବିଭିନ୍ନ ସମୟରେ ଗାନ୍ଧିଜୀଙ୍କୁ ଅପମାନ ଦେଉଛନ୍ତି | ଯାହାକୁ କଦାପି ବରଦାସ୍ତ କରାଯିବ ନାହିଁ | ମହାତ୍ମା ଗାନ୍ଧୀଙ୍କୁ ଯେଉଁ ମାନେ ବାରମ୍ବାର ଅପମାନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ସାରା ଦେଶରେ ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ଅଭିଯାନ ଆୟୋଜିତ କରାଯାଇଛି ବୋଲି କହିଥିଲେ |

- Advertisement -

Leave A Reply

Your email address will not be published.