Take a fresh look at your lifestyle.

 ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା ପରିଷଦ ବୈଠକ

0 61

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ର ପରିଚାଳନା ପରିଷଦ ବୈଠକ ପରିଚାଳନା ପରିଷଦ ସଭାପତି ସସ୍ମିତା ପୋଥାଳ ଙ୍କ ଅଧ୍ୟକ୍ଷତାରେ  ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି ।

ଏହି ବୈଠକରେ ଡୋର ଷ୍ଠେପ୍ ଶିକ୍ଷଣ କାର୍ଯ୍ୟ, ବାଲା କାର୍ଯ୍ୟକ୍ରମ,ଓ ସମିଶ୍ରଣ ପାଣ୍ଠି ଖର୍ଚ୍ଚ ଉପରେ ଆଲୋଚନା ହୋଇଥିଲା। ବିଦ୍ୟାଳୟ ସମ୍ମୁଖରେ ଇଟା ଦ୍ବାରା ସଜାଇବା କାର୍ଯ୍ୟ କ୍ରମ କୁ ସଭା ଅନୁମୋଦନ କରିଥିଲା। ଏହା ସହିତ ସିମେଣ୍ଟ ପେଣ୍ଟ ଓ ପ୍ରାଇମର ପେଣ୍ଟ କରାଯିବା ପାଇଁ ପ୍ରଧାନ ଶିକ୍ଷକ ଓ ପରିଚାଳନା ପରିଷଦ ସଭାପତି ଙ୍କୁ ସଭା ଦ୍ବାୟିତ୍ବ ପ୍ରଦାନ କରିଥିଲେ।

ଏହି ବୈଠକରେ ଉପ ସଭାପତି ନିର୍ମଳ ଚନ୍ଦ୍ର ବିହାରୀ, ସଭ୍ୟ ପ୍ରଭାତୀ ନାଏକ, ରୀନା ପାତ୍ର, ପ୍ରମୋଦ କୁମାର ପୋଥାଳ, ରେଣୁବାଳା ଗୁରୁ, ସସ୍ମିତା ସାହୁ, ସୁଜାତା ଦେହୁରୀ, ଯୁଧିଷ୍ଠିର ଗୁରୁ,ପ୍ରଦିପ ସାମଲ,ଓ ସ୍ନାତକ ଶିକ୍ଷକ ବିଜୟ କୁମାର ବରାଳ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଖର୍ଚ୍ଚ ଉପରେ ଆଲୋଚନା କରିଥିଲେ, ସ୍ବାଗତ ଭାଷଣ ଦେଇଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

Leave A Reply

Your email address will not be published.