Take a fresh look at your lifestyle.

ଆପ୍ କାର୍ଯ୍ୟାଳୟରେ ଗଣତନ୍ତ୍ର ଦିବସ ପାଳନ

0 45
ଢେଙ୍କାନାଳ : ଆମ୍ ଆଦମୀ ପାର୍ଟି ଜିଲ୍ଲା କାର୍ଯ୍ୟାଳୟଠାରେ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଉଦୀୟମାନ ନାରୀ ନେତ୍ରୀ ତଥା ସମାଜସେବୀ ସ୍ନେହଲତା ମହାନ୍ତି ଏବଂ ଜିଲ୍ଲା ଆବାହକ ପଙ୍କଜ ନାୟକ ମିଳିତ ଭାବେ ଧ୍ବଜାରୋହଣ କରିଥିଲେ l
ତାଛଡା କର୍ମୀ ମାନେ ଏକ ଶୋଭାଯାତ୍ରାରେ ବିଭିନ୍ନ ସ୍ଲୋଗାନ ଦେଇ ଜାତିର ପିତା ମହାତ୍ମା ଗାନ୍ଧୀ, ସମ୍ବିଧାନ ପ୍ରଣେତା ଡ଼ ଭୀମ ରାଓ ଆମ୍ବେଦକର ଏବଂ ସହିଦ ବାଜିରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ l
 ଶେଷରେ ଗଣତନ୍ତ୍ର ଦିବସ ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଗଣତନ୍ତ୍ରକୁ ବଞ୍ଚାଇ ରଖିବାକୁ ହେଲେ ସ୍ୱଚ୍ଛ ରାଜନୀତି ନିହାତି ଆବଶ୍ୟକ ବୋଲି ଶ୍ରୀମତୀ ମହାନ୍ତି କହିଥିଲେ l
ଏହି ଆଲୋଚନାରେ  ଅକ୍ଷୟ ପାଣିଗ୍ରାହୀ, ପବିନ ବେହେରା, ରାଜୀବ କର, ରଘୁନାଥ ପ୍ରସାଦ ମିଶ୍ର, ପ୍ରଶାନ୍ତ ଜେନା, ବଳଭଦ୍ର ବେହେରା, ଦେବାନନ୍ଦ ହୋତା, ପ୍ରୋ ବିଶ୍ୱନାଥ ମହାପାତ୍ର, ନିତ୍ୟାନନ୍ଦ ପଣ୍ଡା, ସଦାନନ୍ଦ ଦାସ, କବି ନାଏକଙ୍କ ସହିତ ଅନେକ କର୍ମୀ ଯୋଗ ଦେଇଥିଲେ l ଶେଷରେ କାମାକ୍ଷାନଗର ୨ ନଂ ଜୋନ୍ ଜିଲ୍ଲା ପରିଷଦ ପାର୍ଥୀ ପର୍ଶୁରାମ ମହାଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l

- Advertisement -

Leave A Reply

Your email address will not be published.